Odisha news

ମାଲକାନଗିରି ଜିଲ୍ଲାରେ ଆଜି ୧୪ ରୋଗୀ ଚିହ୍ନଟ,ଜିଲ୍ଲାରେ କରୋନା ସଂଖ୍ଯା-୪୪୪ ଟପିଲା

0
ମାଲକାନଗିରି ! ତୀ:୨୮.୭.୨୦୨୦ : ମାଲକାନଗିରି ଜିଲ୍ଲାରେ ଆଜି କରୋନା ସଂକ୍ରମିତ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି !ଜିଲ୍ଲାରେ ମୋଟ କରୋନା ରୋଗୀ ସଂଖ୍ଯା ୪୪୪କୁ ଟପିଛି ! ମାଲକାନଗିରି ପୌରାଞ୍ଚଳରେ ଆଜି ୭ ଜଣ କରୋନା ରୋଗୀ ଚିହ୍ନଟ କରାଯାଇଛି !ସେଧି ମଧ୍ଯରୁ ୩ ଜଣ କରୋନା ଯୋଦ୍ଧା ବୋଲି ଜଣା ପଡିଛି !ବାଲିମେଳା ଏନଏସିରେ ୪ ଜଣ ସଂକ୍ରମିତଂକୁ ଚିହ୍ନଟ କରାଯାଇଛି !ସେମାନେ କରୋନା ରୋଗୀଂକ ନିକଟ ସଂସ୍ପର୍ଶରେ ଆସିଥିଲେ !ଖରପୁଟରେ ଜଣଂକୁ ଚିହ୍ନଟ କରାଯାଇଛି !
ସେ  ଜ୍ବର ଓ କାଶରେ ପୀଡିତ ଥିଲା !ମାଲକାନଗିରି ବ୍ଲକର ଗଙ୍ଗଲା ପଞ୍ଚାୟତର କମୁନିଟ ୱାର୍କରକୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି !କାଲିମେଳାରେ ଜଣକୁ କରୋନା ଆକ୍ରାନ୍ତ କରିଛି !ସେ ଦିଲ୍ଲୀ ଫେରନ୍ତା ହୋଇଥିବା ବେଳେ ତାଂକୁ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା !ବର୍ତ୍ତମାନ ଜିଲ୍ଲାରେ ୨୮୩ ଜଣ ସୁସ୍ଥ ହୋଇଥିବା ବେଳେ ୧୬୦ ଜଣ ଚିକିତ୍ସାଧିନ ଅଛନ୍ତି !ମାଲକାନଗିରି ଆଦର୍ଶ ଥାନ ସାତ ଦିନ ପାଇଁ ବନ୍ଦର ରହିଛି,କାରଣ ପୋଲିସ ଥାନାର କର୍ମଚାରୀଂକୁ ମଧ୍ଯ କରୋନା
ସଂକ୍ରମିତ ହୋଇଛି !
Leave A Reply