ଫୁଲବାଣୀ : କନ୍ଧମାଳ ପୁଣି ଅଉ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୨୫୫ ଜଣ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି । ହେଲେ ସେଥରରୁ , ୧୯୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୫୬ ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।ଅଅଜିର ଏହି ୫ଜଣ ସଂକ୍ରମିତଙ୍କ ମଧ୍ୟରୁ ସମସ୍ତ ସଂକ୍ରମିତ ମାନେ ପୁରୁଷ ହୋଇଥିବାବେଳେ ସେଥରୁ ଜଣେ ଘୁ.ଉଦୟଗିରିରେ ଆଉ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାରୁ ସଂକ୍ରମିତ ହୋଇଥିବା ବେଳେ ଚକାପାଦର ୨ଜଣ,ତୁମୁଡିବନ୍ଧର ଜଣେ ଏବଂ ଫୁଲବାଣୀର ଆଉ ଜଣେ ସେମାନେ ହଟସ୍ପଟ ଅଂଳରେ ସଂକ୍ରମିତ ହୋଇଥିବା ନେଇ ସେମାନଙ୍କର ଟ୍ରାଭେଲ ହିଷ୍ଟି୍ରରୁ ଜଣାପଡିଥିବା ନେଇ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି ଟ୍ୱିଟ ଯୋଗେ ସୁଚନା ଦେଇଛନ୍ତି ।
ଏହାସହିତ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସମସ୍ତ ଲୋକେ ସେମାନଙ୍କର ଘରେ ରହିବାକୁ କହିବା ସହିତ ଅତି ଜରୁରୀ ପଡିଲେ ମୁହଁରେ ମାସ୍କ ପିନ୍ଧିବାସହ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବାକୁ ପରାମର୍ଶ ଦେଇଛନ୍ତି ।
ସହରରେ କରୋନା ସଂକ୍ରମଣ ବଢିବା ଆଶଙ୍କା କରି କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଫୁଲବାଣୀ ମୁ୍ୟନିସିପାଲଟିର ୧୩ଟି ୱାର୍ଡ ମଧ୍ୟରୁ ୨ନଂ ୱାର୍ଡକୁ ଛାଡିଦେଲେ ଆଉ ୧୨ଟି ୱାର୍ଡକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ସେହିପରି ବାଲିଗୁଡାର ଅନେକ ଅଂଚଳ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଏଥିସହ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ବାଲିଗୁଡାରେ ସଟଡାଉନ୍ ମଧ୍ୟ ଜାରୀ ରହିଛି । ଦୋକାନ ବଜାର, ଗାଡିମଟର ଚଳାଚଳ ସବୁ ବନ୍ଦ । କେବଳ ମେଡିସିନ ଦୋକାନ ଡାକ୍ତରଖାନା, ଥାନା,ଆପାତକାଳିନ ବିଭାଗ,ଛାଡିଦେଲେ ସବୁ ବନ୍ଦ ରହିବାସହିତ ସମସ୍ତେ ଏହି ନିୟମକୁ କଡାକଡି ଭାରେ ପାଳନ କରିବାକୁ ନିଦେ୍ର୍ଦଶ ଜିଲା ପ୍ରଶାସନ ତରଫରୁ ଜାରୀ କରାଯାଇଛି ।
