ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪,ମୃତ୍ୟୁ ସଂଖ୍ୟା ୯ ହଜାର ୫୨୦,୧ ଲକ୍ଷ ୬୯ ହଜାର ୭୯୭ ଜଣ ସୁସ୍ଥ
ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଚିନ୍ତା ବଢ଼ାଉଛି। ଏବେ ପ୍ରତିଦିନ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ୧୧ ହଜାର ୫୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ୩୨୫ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୯ ହଜାର ୫୨୦ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୯ ହଜାର ୭୯୭ ଜଣ ସୁସ୍ଥ ହୋଇଥିବାବେଳେ ୧ ଲକ୍ଷ ୫୩ ହଜାର ୧୦୬ ଜଣ ଚିକିତ୍ସାଧୀନ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୭ ହଜାର ୯୫୮ ଜଣ ସଂକ୍ରମିତ ହୋଇଥିବାବେଳେ ୩୯୫୦ ଜଣଙ୍କ ଜୀବନହାନି ଘଟିଛି। ଏହା ପଛକୁ ତାମିଲନାଡୁରେ ୪୪ ହଜାର ୬୬୧ ସଂକ୍ରମିତ ଓ ୪୩୫ ମୃତ, ଦିଲ୍ଲୀରେ ୪୧ ହଜାର ୧୮୨ ସଂକ୍ରମିତ ଓ ୧୩୨୭ ମୃତ, ୨୩ ହଜାର ୫୯୦ ଆକ୍ରାନ୍ତ ହୋଇଥିବାବେଳେ ୧୪୭୮ ଜଣଙ୍କ ମୃତ୍ୟୁ ଘଟିଛି।