Odisha news

ରାଜ୍ୟରେ ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

0

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୧୧୪। ରାଜ୍ୟରେ ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଆରୋଗ୍ୟଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୦, ଖୋର୍ଦ୍ଧାରୁ ୨୩, ଗଞ୍ଜାମରୁ ୧୭, କଟକରୁ ୧୧ ଓ ମୟୂରଭଞ୍ଜରୁ ୧୦ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଗଜପତିରୁ ୮, ବରଗଡ଼ର ୫, ନୟାଗଡ଼ର ୪, ବଲାଙ୍ଗିରର ୩ ଏବଂ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରର ଜଣେ ଲେଖାଏଁ  ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୭୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

H & FW Dept Odisha

@HFWOdisha

Another 114 patients have recovered and are being discharged on 14.6.2020.

30 from Sundargarh
23 from Khordha
17 from Ganjam
11 from Cuttack
10 from Mayurbhanj
8 from Gajapati
5 from Baragarh
4 from Nayagarh
3 from Bolangir
1 each from Balasore, Koraput and Sambalpur.

ଆଜି ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୧୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୦୯ରେ ପହଞ୍ଚିଛି। ୧୧ ଜଣଙ୍କ ମୃତ୍ୟୁ ହୋଇଛି।

Leave A Reply