ଭୁବନେଶ୍ବର: ରାଜ୍ୟରେ ଆଜି ୧୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୭୧ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାରେ ୨୧, ଝାରସୁଗୁଡ଼ାରେ୨, କେନ୍ଦୁଝରରେ୧୧, ଯାଜପୁରରେ୧୨, ମାଲକାନଗିରିରେ ୧, କଟକରେ ୧୨, ଜଗତସିଂହପୁରରେ ୧୧, ଅନୁଗୁଳରେ ୧, ଢେଙ୍କାନାଳରେ୨, ଭଦ୍ରକରେ ୧, ଗଜପତିରେ ୧୫, ବରଗଡ଼ରେ ୧୬, , କଳାହାଣ୍ଡିରେ ୧୬, ଗଞ୍ଜାମରେ ୪, ପୁରୀରେ ୭, ସୁନ୍ଦରଗଡ଼ରେ ୩, ବଲାଙ୍ଗୀରରେ ୨, ମୟୂରଭଞ୍ଜରେ ୧୩ ଓ କେନ୍ଦ୍ରପଡ଼ା ଜିଲ୍ଲାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
I & PR Department, Odisha✔@IPR_Odisha
COVID-19 REPORT FOR 13th JUNE
New positive cases: 186
In quarantine: 171
Local contacts: 15(Details of local contacts will be shared by concerned District Administration)
District Wise Cases
1. Khordha: 21
2. Jharsuguda: 2
3. Keonjhar: 11
4. Jajpur: 12
5. Malkangiri: 1
6. Cuttack:12
7. Jagatsinghpur: 11
8. Angul: 1
9. Dhenkanal: 2
10. Bhadrak: 1
11. Gajapati: 15
12. Bargarh: 16
13. Kandhamal: 22
14. Kalahandi: 16
15. Ganjam: 4
16. Puri: 7
17. Sundargarh: 3
18. Bolangir: 2
19. Mayurbhanj: 13
20. Kendrapada:1
ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୦୧ରେ ପହଞ୍ଚିଛି। ତେବେ ଏଯାବତ୍ ୨୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୧ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।