ୟୁକେରେ କରୋନାଭାଇରସଜନିତ ଦୈନିକ ମୃତୁ୍ୟ ସଂଖ୍ୟା ଇତିମଧ୍ୟରେ ୧୮୦କୁ ଟପିଯାଇଛି । ପ୍ରତି ୮ ମିନିଟ୍ରେ ଜଣେ ରୋଗୀଙ୍କ ଜୀବନ ଯ । ଉ ଛି । ଶୁକ୍ରବାରସୁଦ୍ଧା ଦେଶର ୭୫୯ ଜଣ ପ୍ରାଣ ହ ର । ଇ ଛ ; ି । ୧୪୫୭୯ ଜଣଙ୍କ ଟେଷ୍ଟ ପଜିଟିଭ୍ ଆସିଛି । ବିଶେଷକରି ଲଣ୍ଡନ ମହାନଗରୀରେ କରୋନାଭାଇରସ ରୋଗୀଙ୍କ ‘ସୁନାମୀ’ ଦେଖିବାକୁ ମିଳିଛି । ଏହାର ମୁକାବିଲା ପାଇଁ ୟୁକେର ସବୁ ଅଞ୍ଚଳରୁ ଡାକ୍ତର ଓ ନର୍ସମାନଙ୍କୁ ଲଣ୍ଡନ ଯାଇ ୬ ମାସ ପର୍ଯ୍ୟନ୍ତ ରୋଗୀ ସେବା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲଣ୍ଡନରେ କେବଳ କରୋନା ଭାଇରସ ରୋଗୀ ଚିକିତ୍ସା ପାଇଁ ଏନ୍ଏଚ୍ଏସ୍ ନାଇଟିଙ୍ଗେଲ ନାମରେ ଏକ ହସ୍ପିଟାଲ ଖୋଲା ଯାଉଛି । ଏମାନେ ସମସ୍ତେ ସେହିଠାରେ ନିୟୋଜିତ ହେବେ । ଏମାନଙ୍କୁ ସପ୍ତାହକେ ୫ ଦିନ ନନ୍-ଷ୍ଟପ୍ ଡୁ୍ୟଟି କରିବାକୁ ହେବ । ନର୍ସମାନେ ଅନିର୍ଦ୍ଦିଷ୍ଟ ସଂଖ୍ୟକ ରୋଗୀଙ୍କ ସେବା କରିବେ ।