COVID 19 କଥା ଶୁଣିଲେ ବର୍ତମାନ ମଧ୍ୟ ମନରେ ଗୋଟିଏ ପ୍ରକାରର ଭୟ ଦେଖାଯାଇ ଥାଏ, ବର୍ତମାନ ମଧ୍ୟ କରୋନା ଆକ୍ରାନ୍ତ ରୋଗୀ ଙ୍କୁ ଦେଖିବାକୁ ମିଳୁଛି, WHO ର ରିପୋର୍ଟ ଅନୁସାରେ କୋଭିଡ ରେ ବର୍ତମାନ ମଧ୍ୟ ଭାରତୀୟ ଙ୍କ ମୃତ୍ୟୁ ହେଉଛି, ବର୍ତମାନ ର ସମସ୍ତ ତଥ୍ୟ ଆଧାରରେ ସୂଚନା ମିଳିଛି ଯେ ଗତ ୨ମାସ ମଧ୍ୟରେ ଏହି ଭାଇରସ ଦ୍ୱାରା ୭୭ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୯୦୮ ଟି ଲୋକଙ୍କ ନିକଟରେ ଲକ୍ଷଣ ଦେଖିବାକୁ ମିଳିଛି, ସାରା ବିଶ୍ୱରେ କୋଭିଡ ର ନୂଆ ମାମଲା ୩୦ % ପର୍ଯ୍ୟନ୍ତ ବର୍ତମାନ ବଢି ଯାଇଛି l ଏବଂ ପାଖାପାଖି ମୃତ୍ୟୁ ହାର ୨୬ % ପର୍ଯ୍ୟନ୍ତ ବଢି ଯାଇଛି, ବର୍ତମାନ କରୋନା ସଂକ୍ରମଣ ଗୋଟିଏ ନୂଆ ଆହ୍ୱାନ ନେଇ ଆସୁଛି l
କରୋନା ର ନୂଆ କେଶ କେଉଁଠି ସବୁ ଦେଖିବାକୁ ମିଳିଛି –
୯୬ ଟି ଦେଶରେ ୧ଲକ୍ଷ ୮୬ ହଜାର ରୁ ଅଧିକ ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି, ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ COVID ଡେସବୋର୍ଡ ଅନୁସାରେ ଅରୁଣାଂଚଳପ୍ରଦେଶ, ଆସାମ, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ ଶିକ୍କିମ , ମହାରାଷ୍ଟ୍ର, ମେଘାଳୟ, ରାଜସ୍ଥାନ ଓ ପଶ୍ଚିମ ବଙ୍ଗ ସହିତ ଓଡ଼ିଶାରେ ମଧ୍ୟ କରୋନା ର ପ୍ରଭାବ ଦେଖିବାକୁ ମିଳିଥିଲା l
କରୋନା ର ନୂଆ ଭାରୀଏଣ୍ଟ ର ଭୟ –
WHO ର ରିପୋର୍ଟ ଅନୁସାରେ ଗତ ୨୮ ଦିନରେ ଦୁନିଆରେ ୨୩୭୦ ବ୍ୟକ୍ତି କରୋନା ରେ ମୃତ୍ୟୁବରଣ କରିଥିବା ବେଳେ ୧ଲକ୍ଷ ୯୫ ହଜାର ୪୩୩ ଟି ଆକ୍ଟିଭ କୋଭିଡ କେଶ ସାମ୍ନାକୁ ଆସିଛି, l ଭାରତ ବ୍ୟତୀତ ଦକ୍ଷିଣ କୋରିଆ ରେ ମଧ୍ୟ କୋଭିଡ ଆକ୍ଟିଭ କେଶ ଦେଖିବାକୁ ମିଳିଛି , ଏହାଛଡା HMPV ମାମଲା ମଧ୍ୟ ଦ୍ରୁତ ଗତିରେ ଭାରତରେ ବ୍ୟାପିବାକୁ ଲାଗିଛି , ଏହି ରୋଗ ଶୀତଋତୁ ଅନୁକୂଳ ଅଟେ, ଏହାଦ୍ୱାରା ସଂକ୍ରମିତ ହେଲେ ରେସ୍ପିରେଟୋରି ସିଷ୍ଟମ ପ୍ରଭାବିତ ହୋଇଥାଏ ଏବଂ ପ୍ରଶ୍ୱାସ ନେବାର ଅସୁବିଧା ହୋଇଥାଏ l