Odisha news

ବୁହାନ୍ ବୈଜ୍ଞାନିକ ମାନଙ୍କ ଚେତାବନୀ : ନୂଆ କରୋନା ଭାରିଏଣ୍ଟ ‘ ନିୟୋକୋବ ‘ସହିତ ଦୃତ ଗତିରେ ବୃଦ୍ଧି ପାଇବ ସଂକ୍ରମଣ ଓ ବୃଦ୍ଧି ହେବ ମୃତ୍ୟ ହାର

0
ନୂଆଦିଲ୍ଲୀ : ଚୀନ୍ ର ବୁହାନ ବୈଜ୍ଞାନିକ ମାନେ ଯେଉଁଠାରେ ୨୦୧୯ ରେ କୋଭିଡ ୧୯ ମହାମାରୀ ବ୍ୟାପିବାର ସୂଚନା ଦେଇଥିଲେ ସେଠାରେ ନୂଆ ପ୍ରକାରର କରୋନା ମହାମାରୀ ନିୟୋକବ୍ ବ୍ୟାପିବାର ସୂଚନା ଦେଇଛନ୍ତି । ଯାହାଦ୍ଵାରା ଉଚ୍ଚ ମୃତ୍ୟୁ ଦର ବୃଦ୍ଧି ପାଇବା ସହିତ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବ ।
MRS – COV ଭାଇରସ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ଏହା ୨୦୧୨ ରୁ ୨୦୧୫ ମଧ୍ୟରେ ମଧ୍ୟ ପୂର୍ବ ଦେଶରେ କାୟା ବିସ୍ତାର କରିଥିଲା ଓ ଏହା SARC – COV 2 ସହିତ ସମାନ ଅଟେ । ଯାହା ମଣିଷଙ୍କ ଶରୀରରେ କରୋନା ର କାରଣ ଅଟେ ।
ଯେବେକୀ Neocov କୁ ଦକ୍ଷିଣ ଆଫ୍ରିକା ରେ ବାଦୁଡ଼ି ବହୁଳତା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଓ କେବଳ ବାଦୁଡି ମାନଙ୍କ ନିକଟରେ ଦେଖିବାକୁ ମିଳିଥିଲା । ବାୟୋରେକ୍ସିବ ୱେବ୍ ସାଇଟ୍ ରେ ପ୍ରକାଶିତ ଗୋଟିଏ ଅଧ୍ୟୟନ ରେ କୁହାଯାଇଛି ଯେ Neo Cov ଓ ଏହାର ନିକଟତର ଭୁତାଣୁ PDF – 2180 Cov ମନୁଷ୍ୟ ମାନଙ୍କୁ ସଂକ୍ରମିତ ହୋଇପାରେ ।
ବୁହାନ ବିଶ୍ଵବିଦ୍ୟାଳୟ ଓ ଚାଇନିଜ୍ ଏକାଡେମୀ ଅଫ ସାଇନ୍ସ ର ଗବେଷକ ମାନଙ୍କ ଅନୁସାରେ ମାନବ କୋଷିକା ରେ ସଂକ୍ରମଣ କରିବା ସହଜ ହୋଇଥାଏ । ଏହି ଗବେଷଣାରେ ସୂଚନା ଦିଆଯାଇଛି ଯେ ଏହି କରୋନା ମହାମାରୀ ଅଧିକ ସଂକ୍ରମିତ କରିପାରେ । କାହିଁକି ନା ଏହା ACE 2 ରିସ୍ପେଟର କୁ କରୋନା ମହାମାରୀ ତୁଳନାରେ ଅଲଗା ପ୍ରକାରର ହୋଇଥାଏ । ଏହି ଭାଇରସ ବିଶେଷ ଭାବରେ ଶରୀରର ପ୍ରୋଟିନ କୁ ପ୍ରଭାବିତ କରେ ।
ଚୀନ୍ ର ଗବେଷକ ମାନଙ୍କ ଦ୍ଵାରା କୁହାଯାଇଛି ଯେ Neo Cov MERS ଉଚ୍ଚ Cov ମୃତ୍ୟୁ ଦର କୁ ବୃଦ୍ଧି କରିଥାଏ ଓ ବର୍ତ୍ତମାନ୍ SARS – COV 2 ଉଚ୍ଚ ମୃତ୍ୟୁ ହାର କୁ ବୃଦ୍ଧି କରିଥାଏ । ଏହି ବୟାନ ଜାରୀ କରାଯାଇଛି ଋଷୀୟ ଗବେଷକ ମାନଙ୍କ ପରୀକ୍ଷା ପରେ । ଏହାକୁ ବର୍ତ୍ତମାନ୍ ଧ୍ୟାନ ଦେବା ଆବଶ୍ୟକ ଯେ ଏହା ଯେପରି ମାନବ ସମାଜରେ ଅଧିକ ପ୍ରଭାବିତ ନ ହୁଏ ।
Leave A Reply

Your email address will not be published.