Odisha news

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ରା : ଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଆଜି ସୁସ୍ଥ

0

ଭୁବନେଶ୍ୱର: ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ସୁସ୍ଥମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ୧୭, ଗଞ୍ଜାମରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଓ କଳାହାଣ୍ଡିରୁ ୧୧ ଜଣ ଲେଖାଏଁ ଏବଂ ଯାଜପୁରରୁ ୫ ସୁସ୍ଥ ହୋଇଛନ୍ତି। ସେହିଭଳି ବାଲେଶ୍ୱର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଓ ଅନୁଗୁଳ, ଜଗତସିଂହପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କଟକ, ଢେଙ୍କାନାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ବି ଜଣେ ଲେଖାଁ ସୁସ୍ଥ ହୋଇଛନ୍ତି।

ଏହି ନୂଆ ୭୬ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ୧,୧୨୬ ଜଣ ସୁସ୍ଥ ହୋଇଥିବା ବେଳେ ୮୧୩ ଜଣ ଏବେବି ଚିକିତ୍ସିତ ହେଉଛନ୍ତି। ସେହିଭଳି ରାଜ୍ୟ ମୋଟ କରୋନା ଆକ୍ରାନଙ୍କ ସଂଖ୍ୟା ୧୯୪୮ ରହିଛି।

ଆଜି ସକାଳେ ରାଜ୍ୟରେ ୧୯ ଜିଲ୍ଲାରେ ନୂଆ ୧୨୯ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧତ୍କ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
Leave A Reply

Your email address will not be published.