Odisha news

କଣ କରୋନା ମହାମାରୀକୁ ସମ୍ପୂର୍ଣ ଶେଷ କରିଦେବ ଓମୀକ୍ରାନ ? ଯେପରି ୧୦୦ ବର୍ଷ ପୂର୍ବରୁ ସ୍ପେନିସ ସଂକ୍ରମଣ ରେ ଘଟିଥିଲା

0

ନୂଆଦିଲ୍ଲୀ : ଓମୀକ୍ରାନ କୁ ନେଇ ବର୍ତମାନ ଗୋଟିଏ କଥା ସାମ୍ନାକୁ ଆସିଛି l ଯେପରିକି ୧୦୦ ବର୍ଷ ପୂର୍ବରୁ ବିଶ୍ୱ ଦୁନିଆକୁ ଆସିଥିବା ମହାମାରୀ ସମୟରେ ଦେଖିବାକୁ ମିଳିଥିଲା ସ୍ପେନିସ ଫ୍ଲୟୁ ୧୯୧୮ ରେ ତାଣ୍ଡବ ରଚିଥିଲା ଓ ବିଶ୍ୱର ପାଖାପାଖି ୩୫ ପ୍ରତିଶତ ଏହାଦ୍ୱାରା ପ୍ରଭାବିତ ହୋଇଥିଲା l କେବଳ ଏତିକି ନୁହେଁ ଯେତେବେଳେ ୧୯୨୦ ରେ ଏହା ସମୂଳେ ଶେଷ ହୋଇଥିଲା ସେତେବେଳେ ବିଶ୍ୱର ୧ ରୁ ୬ ପ୍ରତିଶତ ଜନସଂଖ୍ୟା କମି ସାରିଥିଲା l

ଆଉଟ୍ଲୁକ ଖବର ଅନୁସାରେ ଭାରତରେ ସ୍ପେନିସ ସଂକ୍ରମଣ ର ଆରମ୍ଭ ମୁମ୍ବାଇ ରୁ ହୋଇଥିଲା ଓ ପରେ ଏହା ସମ୍ପୂର୍ଣ ଦେଶରେ ବ୍ୟାପି ଯାଇଥିଲା l ଏହାପରେ ଦୁଇ ବର୍ଷ ମଧ୍ୟରେ ୨କୋଟି ଲୋକଙ୍କର ମୃତ୍ୟୁ ହୋଇ ସାରିଥିଲା l କିଛିଟା କାରଣକୁ ଛାଡିଦେଲେ ସ୍ପେନିସ ସଂକ୍ରମଣର କିଛିଟା ଲକ୍ଷଣକୁ ଛାଡିଲେ ପାଖାପାଖି ସବୁକିଛି ସମାନ ଅଛି l ଗବେଷକ ମାନଙ୍କ ମତରେ କରୋନା ଓ ସ୍ପେନିସ ସଂକ୍ରମଣ ର ପାଖାପାଖି ସବୁ ଲକ୍ଷଣ ସମାନ ରହିଛି l ଯେପରିକି ପ୍ରଥମ ଲହର ସାମାନ୍ୟ ଥିଲେ ମଧ୍ୟ ଘାତକ ଥିଲା l ସ୍ପେନିସ ସଂକ୍ରମଣ ର ଦୁଇଟି ଲହର ପରେ ଏହା ସାମାନ୍ୟ ହୋଇ ଯାଇଥିଲା l ତୃତୀୟ ଲହର ଆସିବା ବେଳକୁ ଅଧିକ ସଂକ୍ରମଣ ହେବାର ଦେଖିବାକୁ ମିଳି ନଥିଲା l

ଗବେଷକ ମାନଙ୍କ ମତରେ କରୋନା ର ଏହି ତୃତୀୟ ଲହର ଓମୀକ୍ରାନ ପରେ ମହାମାରୀ ଦୁର୍ବଳ ହୋଇ କରୋନା ର ପରିସମାପ୍ତି ଘଟିପାରେ l ଗବେଷକ ମାନଙ୍କ ମତରେ କରୋନା ମହାମାରୀ ର ସାମଞ୍ଜସ୍ୟ ସ୍ପେନିସ ସଂକ୍ରମଣ ଭଳି ରହିଛି l ଗବେଷକ ମାନେ କହିଛନ୍ତି ଯେ ସ୍ପେନିସ ସଂକ୍ରମଣ ୨ବର୍ଷ ମଧ୍ୟରେ ଦୁର୍ବଳ ହୋଇ ଯାଇଥିଲା l କିନ୍ତୁ ୧୯୧୮ ରେ କୌଣସି ଭ୍ୟାକସିନ ଆସି ନଥିଲା l କିନ୍ତୁ ବର୍ତମାନ ଭ୍ୟାକସିନ ବାହାରିଥିବା କାରଣରୁ ଏହା ଆମ ପାଇଁ ଗୋଟିଏ ସୁରକ୍ଷା କବଚ l

Leave A Reply

Your email address will not be published.