Odisha news

କରୋନା : ତୃତୀୟ ଲହରର ସୂଚନା!

ହିମାଂଶୁ ଶେଖର ଆଚାର୍ଯ୍ୟ : ଦେଶରେ କରୋନା ତୃତୀୟ ଲହର ଆଶଙ୍କା ବଢିବାରେ ଲାଗିଛି । କରୋନା ସଂକ୍ରମଣ କମିବା ବଦଳରେ ସ୍ଥିର ରହିଛି । ଦ୍ୱିତୀୟ ଲହର ଥମିଆସୁଥିବା ବେଳେ ୧୦ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଫଳରେ ଦେଶରେ ଦୈନିକ କୋଭିଡ୍ ସଂକ୍ରମଣ ପୁର୍ନବାର ୪୦,୦୦୦ ସେପଟେ ରହୁଛି ।ଏହାକୁ ନେଇ ଦେଶବ୍ୟାପି ଚିନ୍ତା ବଢିଛି ।

ଓଡିଶା ସମେତ କେରଳ,ମହାରାଷ୍ଟ୍ର,ତାମିଲନାଡୁ,ଆସାମ,ମିଜୋରାମ,ମେଘାଳୟ,ଆନ୍ଧ୍ରପ୍ରଦେଶ ଓ ମଣିପୁରରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ରାଜ୍ୟ ଗୁଡିକର ୪୬ଜିଲ୍ଲାରେ ଟେଷ୍ଟ୍ ପଜେଟିଭ୍ ହାର(ଟି.ପି.ଆର୍) ୧୦ ପ୍ରତିଶତ ଉପରେ ରହୁଛି । ଅନ୍ୟ ପକ୍ଷରେ ରବିବାର ସମଗ୍ର ଦେଶରେ ୪୧,୮୩୧ ନୂଆସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ନୂଆ ସଂକ୍ରମଣ ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୬,୫୫,୮୨୪ ରେ ପହଂଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୪,୨୪,୩୫୧ରେ ପହଂଚିଛି । ଗତ ରବିବାର ଦେଶରେ ୩୯,୨୫୮ଆକ୍ରାନ୍ତ ସୁସ୍ଥ ହେବା ସହିତ ମୋଟ ୩,୦୮,୨୦,୫୨୧ , ଜଣ ସୁସ୍ଥ ହୋଇଛନ୍ତି ।ଦେଶରେ ଏବେ ୪,୧୦ ,୯୫୨ ଆକ୍ରାନ୍ତ ଚିକିସôାଧୀନ ଅଛନ୍ତି । ଏହିଭଳି ସ୍ଥିତିରେ ଅଗଷ୍ଟ ମାସ ପାଇଁ ଆମ ରାଜ୍ୟ ପରି ନୂଆ ଗାଇଡ୍ଲାଇନ ଆଣିଛନ୍ତି ଅନେକ ରାଜ୍ୟ ସରକାର । ଏହି ନୂଆ ଗାଇଡ୍ଲାଇନରେ ଅଧିକାଂଶ କ୍ଷେତ୍ରରେ କରୋନା କଟକଣାକୁ କୋହଳ କରାଯାଇଛି । ଏହି କଟକଣାରେ ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଡିସେମ୍ବର ଶେଷ ସପ୍ତାହରେ ଏହି ନୂଆ ପ୍ରକାର ଭାଇରସ୍କୁ ନେଇ ଆରମ୍ଭ ହୋଇଯାଇଥିଲା ତର୍କ ବିତର୍କ ।

ଉହାନ୍ ସହରରେ ମାତ୍ର କେତେଜଣଙ୍କ ନିକଟରେ ଥଣ୍ଡା, ସର୍ଦି, କାଶ, ଓ ନିମୋନିଆ ଭଳି ରୋଗର ଲକ୍ଷଣ ଦେଖାଯିବା ଓ ଭଲ ନହେବାର ଭୟାବହ ପରିଣତି କରୋନା ବୋଲି ଉଦ୍ଭାବନ କରାଗଲା ।ଏହା ମଣିଷକୁ ସହଜ ଭାବରେ ଆକ୍ରମଣ କରେ ଓ ଏହାର ଲକ୍ଷଣ ଏତେ ମାରାତ୍ମକ ନହେଲେ ମଧ୍ୟ ଜୀବନ ନେବାକୁ ଏହି ଭାଇରସ୍ ବେଶି ସମୟ ନିଏ ନାହିଁ ।ଏହା ଅତି ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ । ଶ୍ୱାସ ପ୍ରଶ୍ୱାସରେ ବ୍ୟତିକ୍ରମ ଦେଖାଇ ହଠାତ୍ ମୃତୁ୍ୟ ମୁଖରେ ପକାଇଥାଏ । ଉହାନ୍ ସହରରେ ରୋଗ ବ୍ୟାପିବା ଓ ମୃତୁ୍ୟ ସଂଖ୍ୟା ବୃଦ୍ଧି ହେବା ଫଳରେ ଅନେକ ଲୋକ ସହର ଛାଡି ଚାଲିଯାଇଥିଲେ । ଏହି ଲୋକ ମାନେ ରୋଗ ବ୍ୟାପିବାର ମୂଳକାରଣ ହୋଇଗଲେ ଓ ରୋଗ ବାହକ ହୋଇ ବିଭିନ୍ନ ଦେଶକୁ ପଳାୟନ କରିଥିବାରୁ ବିଭିନ୍ନ ସ୍ଥାନରେ ମଧ୍ୟ କରୋନା ଅକ୍ରାନ୍ତ ଲୋକଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ପ୍ରାୟ ୨୨୦ଟି ଦେଶରେ ମହାମାରୀ କରୋନା ବ୍ୟାପିସାରିଛି ।

ଆମ ଦେଶ ମଧ୍ୟ କରୋନାର ପ୍ରଭାବରୁ ମୁକ୍ତ ହୋଇପାରିନାହିଁ । ଚୀନ୍ରେ ବସବାସ କରୁଥିବା ଭାରତୀୟ ମାନେ ଯେତେବେଳେ ଫେରିଆସିଥିଲେ, ସେତେବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କେରଳରେ ପ୍ରଥମେ ୨ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆମକୁ ଯେମିତି ହେଉ କରୋନା ଯୁଦ୍ଧ ଜିତିବାକୁ ହେବ । ଏ ଲଢେଇ ଜିତିବାକୁ ପ୍ରତିବଦ୍ଧତା ଦରକାର । କରୋନାକୁ ନେଇ ଯେଉଁ ମହାମାରୀର ରୂପ ଦେଖାଦେଇଛି ଆଜି ତାହା ନୂଆ ନୁହେଁ । ବିଶ୍ୱ ଇତିହାସରେ ଅନେକ ସମୟରେ ଅନେକ ଦେଶ ଏମିତି ମହାମାରୀର ସାମ୍ନା କରିଛନ୍ତି ଓ ହଜାର ହଜାର ଲୋକବି ମୃତୁ୍ୟ ବରଣ କରିଛନ୍ତି । କିନ୍ତୁ ବିଜ୍ଞାନ ଜ୍ଞାନକୈାଶଳ ଓ ଡାକ୍ତରୀ ବିଦ୍ୟାର ଉନ୍ନତି ଫଳରେ କିଛି ମହାମାରୀ ବ୍ୟାଧିକୁ ମଣିଷ ରୋକିବାରେ ସକ୍ଷମ ହୋଇପାରିଛି ସତ କିନ୍ତୁ କିଛି ନୂଆ ପ୍ରକାର ବ୍ୟାଧିକୁ ଆପଣାର ମଧ୍ୟ କରିଛି । ବିଶେଷ କରି ଭାଇରସ୍ ଜନିତ ମୃତୁ୍ୟବି ବିଶ୍ୱ ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ସ୍ପାନିଶ ଫ୍ଲୁ , ପ୍ଲେଗ୍, ଆନ୍ଥ୍ରାକ୍ସ, ସ୍ୱାଇନ ଫ୍ଲୁ, ବାର୍ଡ ଫ୍ଲୁ ଭଳି ଭାଇରସ୍ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇସାରିଛି । ସମୟ ଥିଲା ମଣିଷ ନିଜ ସଚେତନତା ଅଭାବରୁ ମହାମାରୀକୁ ରୋକିବାବୁ ସମର୍ଥ ହୋଇପାରୁନଥିଲା ।ଏବେ ସଚେତନାତା ବୃଦ୍ଧି ପାଇଥିଲେବି ଏମିତି ନୂଆ ନୂଆ ପ୍ରକାର ରୋଗ ପୃଥିବୀରେ ଦେଖିବାକୁ ମିଳୁଛି । ଯାହାକୁ ଚିହ୍ନଟ କରି ଚିକିସôା କରିବା ଆମ ଚିକିସôା ବିଜ୍ଞାନୀ ଓ ବିଶେଷଜ୍ଞ ମାନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା ।

ଏହି ଭାଇରସ୍ କବଳରୁ ମୁକୁଳିବାପାଇଁ ୧୦୦ରୁ ଅଧିକ ରାଷ୍ଟ୍ର ଏହାର ଟିକା ପ୍ରସ୍ତୁତ କରିବାରେ ଲାଗିଥିଲେ । ଆମେରିକା, ବ୍ରିଟେନ୍, ରୁଷିଆ, ଚୀନ୍ ଭଳି ଆଗ ଧାଡିର ଦେଶ ମଧ୍ୟ ଟୀକା ବାହାର କରିବା ଦୈାଡରେ ସାମିଲ ହୋଇଥିଲେ । ଆମ ଦେଶ ଭାରତରେ ମଧ୍ୟ ଏଦିଗରେ ଉଦ୍ୟମ ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତା ଭିତରେ ଗତ ଅଗଷ୍ଟ ୧୧ତାରିଖ ଦିନ ରୁଷିଆ ଆଣିଥିଲା ବିଶ୍ୱର ପ୍ରଥମ କରୋନା ଟିକା । ଇତିମଧ୍ୟରେ ବିଶ୍ୱସ୍ତରରେ ଫାଇଜର, ସ୍ଫୁଟନିକ-ଭି ଓ ଅନ୍ୟାନ୍ୟ ଟିକା ବାହାରି ସାରିଛି । ଆମ ଦେଶ ଏଦିଗରେ ପଛରେ ପଡିନାହିଁ । ଏବେ ଦୁଇଟି ସ୍ୱଦେଶୀ ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ ଦ୍ୱାରା ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଛି । ଯଦିଓ ଟିକା କରଣରେ ମଝିରେ ମଝିରେ ଅନିୟମିତତା ଦେଖାଦେଉଛି ତଥାପି ଏହି ପ୍ରକ୍ରିୟାକୁ ଆହୁରି ଅଧିକ ତ୍ୱରାନିତ୍ୱ କରିବାକୁ ପୁଣି ପ୍ରୟାସ ଜାରି ରହିଛି ।ଆମ ପାଇଁ ଆଶ୍ୱାସନାର ବିଷୟ ଏହିକିଯେ ଆମେରିକା ଓ ଚୀନ୍ ପରେ ପ୍ରାୟ ୧୦ କୋଟି ଲୋକଙ୍କ ଟିକା କରଣ କରାଇବାରେ ଭାରତ ବିଶ୍ୱର ତୃତୀୟ ଦେଶ ପାଲଟିଛି ।

ଗତବର୍ଷ ଦୀପାବଳି ପରେ ପରେ ପୁଣିଥରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଇଥିଲା । ସରକାରୀ କଟକଣା ସତ୍ତ୍ୱେ ଦେଶରେ ବିଭିନ୍ନ ସ୍ଥାନରେ ବାଣ ଫୁଟା ଯୋଗୁଁ ବାୟୁ ପ୍ରଦୂଷଣ ବଢିଥିଲା । ଏପରିକି ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ବାଣ ଓ ବିସ୍ଫୋରକ ପ୍ରୟୋଗ ଯୋଗୁଁ ବାୟୁର ମାନ ବିପଦ୍ଜନକ ହୋଇଥିଲା । ବାଣ ବିକ୍ରି ଓ ବ୍ୟବହାରକୁ ନେଇଥିବା କଟକଣାକୁ ଅନେକ ଖାତିରି କରିନଥିଲେ । ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ମଧ୍ୟ ନଡା ଜାଳିବା ଯୋଗୁଁ ମଧ୍ୟ ଦିଲ୍ଲୀ ପ୍ରଦୂଷଣସ୍ତର ବଢିଯାଇଥିଲା । ସେହିପରି ଗତ ସାବିତ୍ରୀ ବ୍ରତ ଓ ରଜ ସମୟରେ ସହର ବଜାରରେ ଲାଗିରହିଥିଲା ଅସମ୍ଭବ ଭିଡ । ପରମ୍ପରା ଆଳରେ ସାମାଜିକ ଦୂରତା ମାନୁନଥିଲେ କେହି । ସତେ ଯେମିତି କରୋନା ସଂକ୍ରମଣ ପ୍ରତି କାହାରି ନିଘା ନଥିଲା । ଅମାନିଆଙ୍କ ସଂଖ୍ୟା ଏତେ ବଢିଯାଇଥିଲା ଯେ ତାହା ନକହିବା ଭଲ । ଏଥିରୁ ଜଣାପଡୁଛି ତଥାପି ଆମ ଲୋକଙ୍କ ପାଖରେ ଏବେବି ସଚେତନତାର ଅଭାବ ରହିଛି । ଆଗକୁ ପୁଣି ଆସୁଛି ପାର୍ବଣ ଋୁତୁ । କେରଳର ଅନାମ ପର୍ବ ଠାରୁ ଆରମ୍ଭ କରି ବିଶ୍ୱକର୍ମା ପୂଜା ,ରକ୍ଷାବନ୍ଧନ ଓ ଜନ୍ମାଷ୍ଟମୀ । ସେଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଅଧିକାଂଶ ରାଜ୍ୟରେ ତାଲା ବନ୍ଦ କଟକଣା ହଟିଯାଇଥିବାରୁ ଏହି ଉସôବ ସମୟରେ ଜନ ଗହଳି ହେବାର ଆଶଙ୍କା ରହିଛି । ହେଲେ ଅମାନିଆମାନଙ୍କୁ ବୁଝାଇବ କିଏ? ଓଡିଆରେ ଏକ ଲୋକକଥା ଅଛି ମୋତେ ଯୋତେ ମାଠିବୁ ମାଠ୍, ମୁଁ ସେଇ ଦରପୋଡା କାଠ୍ ।

ଆମ ରାଜ୍ୟକଥା ବି·ରକୁ ନେଲେ ରବିବାର ୬୪ ଜଣଙ୍କ ଜୀବନ ନେଇଛି କରୋନା । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୦୦ ନିକଟତର ହୋଇଛି । ଖୁସିର କଥା ଗତକାଲି ନୂଆପଡା ଜିଲ୍ଲାରୁ କୈାଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟରେ ରବିବାର ପୁଣି ୧୪୩୭ ନୂଆ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ୧୯୦, ପୁରୀରୁ ୧୪୬, ବରଗଡ଼ରୁ ୮, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, ଦେବଗଡ଼ରୁ ୮, ଗଜପତିରୁ ୦୩, ଝାରସୁଗୁଡ଼ାରୁ ୦୫, କଳାହାଣ୍ଡିରୁ ୦୬, କୋରାପୁଟରୁ ୫, ନବରଙ୍ଗପୁର ୭ , ମାଲକାନାଗିରିରୁ ୭ ଲେଖାଏ ଆକ୍ରାନ୍ତ ବାହାରିଥିବା ବେଳେ ଅବଶିଷ୍ଟ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ସବୁ ଦୁଇଅଙ୍କ ଭିତରେ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୮,୭୦୫ରେ ପହଂଚିଥିବା ବେଳେ ୯,୫୬,୮୨୮ଜଣ ସୁସ୍ଥ ହୋଇଛନ୍ତି ।

କରୋନାର ତୃତୀୟ ଲହର ଆସିବା ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଅନ୍ୟପଟେ କରୋନା ଡେଲ୍ଟା ପ୍ରଜାତି ଭୂତାଣୁ ଏବେ ପୁଣି ଚିନ୍ତା ବଢାଇଛି ଓ ଅଧିକ ପ୍ରାଣଘାତୀ ବୋଲି ବିଶେଷଜ୍ଞ କହୁଛନ୍ତି । ଇତି ମଧ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଛି । ଏହା ଶରୀରରେ ଆନ୍ଟି ବଡି ସୃଷ୍ଟି କରିବ । ଯଦି ଜନସାଧାରଣ ସାମାଜିକ ଦୂରତା ରଖି ,ମାକ୍ସପିନ୍ଧିବା ସହ ଜନଗହଳି ଠାରୁ ଦୂୁରେଇ ରହିବେ ତା ହେଲେ ଆର୍-ଭାଲ୍ୟୁ ବୃଦ୍ଧି ପାଇବ । ଏହି ପରିପ୍ରେକ୍ଷୀରେ ବିଜ୍ଞାନ ଓ ଶିଳ୍ପ ଅନୁଧ୍ୟାନ ପରିଷଦ ମହାନିର୍ଦେଶକ ଡାକ୍ତର ଶେଖର ସି ମାଣ୍ଡେ କହିଛନ୍ତି ଯେ , ଦେଶରେ କରୋନାର ତୃତୀୟ ଲହର ଆସିବା ନିଶ୍ଚିତ, ମାତ୍ର ଏହା କେବେ ଆସିବ କହିହେବ ନାହିଁ । ତେବେ ଟିକା କରଣ ଓ ମାକ୍ସ ପିନ୍ଧିବା ଦ୍ୱାରା ସଂକ୍ରମଣର ତୀବ୍ରତାକୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି । ତେଣୁ ପୂର୍ବ ଅପେକ୍ଷା ଆମକୁ ଅଧିକ ସର୍ତକ ଓ ସଚେତନ ରହିବାକୁ ପଡ଼ିବ । କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁ ହେବ । ତାହେଲେ ଯାଇ କରୋନା ହାରିବ, ଆମେ ଜିତିବା ।

Shares