ନୂଆପଡା- ୧୦/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡା ଜିଲ୍ଲାରେ ସବୁ ଵର୍ଗ ର ନାଗରିକ ଉତ୍ସାହ ସହ ନେଉଛନ୍ତି କୋଭିଡ ଟିକା। ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଡୋଜ ୧ ଲକ୍ଷ ୨୪ ହଜାର ୯୬୫ ଜଣ ନେଇଥିବା ବେଳେ ୧୯୩୬୭ ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ସେହିପରି ୧୮ ବର୍ଷରୁ ୪୪ ବର୍ଷ ର ନାଗରିକ ୪୬,୪୧୯ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି। ୪୫ ବର୍ଷ ରୁ ୫୯ ବର୍ଷ ର ୩୯୯୭୨ ଜଣ ପ୍ରଥମ ଡୋଜ ଏବଂ ୯୭୪୭ ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି।
୬୦ ବର୍ଷ ରୁ ଉର୍ଦ୍ଧ ୩୮୫୭୪ ଜଣ ପ୍ରତଥମ ଡୋଜ ଏବଂ ୯୬୨୦ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ମୋଟଏ ୧ ଲକ୍ଷ ୪୪ ହଜାର ୩ ତିନିଶହ ୩୨ ଜଣ କୋଭିଡ ଟୀକା ନେଲେଣି ବୋଲି ଜିଲ୍ଲା ଟିକାଦାନ ଅଧିକାରୀ ଡ଼ଃ ବିନୋଦ ବିହାରୀ ରଥ ସୂଚନା ଦେଇ କହିଛନ୍ତି ଯେ ନୂଆପଡା ଜିଲ୍ଲା ଷ୍ଟକ ରେ କୋଭିଡ ଟିକା ଶେଷ ହୋଇଅଛି। ତେଣୁ ଜିଲ୍ଲା ରେ କୋଭିଡ ଟିକାଦାଵ କାର୍ଯ୍ୟକର୍ମ ବନ୍ଦ ହୋଇଅଛି। ଆସନ୍ତା ୧୬ କିମ୍ବା ୧୭ ତାରିଖ ରେ ସମ୍ଭବତଃ ଟିକା ଯୋଗାଣ ର ଲକ୍ଷ ରହିଅଛି। ଟିକା ଆସିଲେ ଟିକାଦାନ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ ବୋଲି ଜିଲ୍ଲା ଟିକାଦାନ ଅଧିକାରୀ ଡ଼ଃ ରଥ ପ୍ରକାଶ କରିଛନ୍ତି।
Comments are closed.