ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୧୨୯ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି ରାଜ୍ୟରେ।
ଏମାନଙ୍କ ଭିତରୁ ୧୧୯ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୧୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି। ଆାଜି କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଅଛନ୍ତି।
