କରୋନା ଭୂତାଣୁର ଷ୍ଟ୍ରେନ୍ ଓ ଚିହ୍ନଟ ହୋଇନି ଭାରିଏଣ୍ଟ : ଆସନ୍ତୁ ଜାଣିବା ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର କଣ କହୁଛନ୍ତି
ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ହୋଇଥିବାବେଳେ ଭାରତରେ ମଧ୍ୟ କୋଭିଡ଼ ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟା ଭିତରେ ୭୨,୩୩୦ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିଲାବେଳେ ମୃତୁ୍ୟ ସଂଖ୍ୟା ୪୫୯ରେ ପହଞ୍ଚôଛି । ତେବେ ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳି କରୋନା ଭୂତାଣୁର କୌଣସି ବିଦେଶୀ ଷ୍ଟ୍ରେନ୍ କିମ୍ବା ଦେଶର ଅନ୍ୟ ରାଜ୍ୟରେ ଦେଖିବାକୁ ମିଳିଥିବା ଭାରିଏଣ୍ଟ ଚିହ୍ନଟ ହୋଇନଥିଲେ ହେଁ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୪ ନୂତନ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ଆଜିଠାରୁ ରାଜ୍ୟରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯିବାକୁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ପ୍ରଥମ ଦିନରେ ତାହା ପୂରଣ ହୋଇଛି । ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲୋକମାନେ ଆଗକୁ ଆସି ଟିକା ନେଇଛନ୍ତି । ଏହି ଲେଖା ପ୍ରସ୍ତୁତି ବେଳକୁ ପ୍ରଥମ ଦିନରେ ୨ଲକ୍ଷ ୩ ହଜାର ୧୬୨ଜଣଙ୍କୁ କରୋନା ଟିକା ଦିଆଯାଇଛି ।
ଏଥିରେ ସିଂହଭାଗ ରହିଛନ୍ତି ୪୫ ବର୍ଷରୁ ଅଧିକ ବ୍ୟକ୍ତି । ଏହାସହ ଚଳିତ ମାସରେ ସବୁଦିନ ଟିକାକରଣ କରିବା ଲେଖିଛନ୍ତି । ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି କେନ୍ଦ୍ର ସରକାର ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିାକ ଦେବାକୁ ଘୋଷଣା କରିଥିଲେ । ଆଜିଠାରୁ ରାଜ୍ୟରେ ୪୫ ବର୍ଷର ଲୋକମାନେ ଟିକା ନେଇଛନ୍ତି । ରାଜ୍ୟ ସରକାର ମଧ୍ୟ ଆଜିଠାରୁ ଦିନକୁ ୨ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଦିନରେ ୪୫-୫୯ ବର୍ଷର ୧ଲକ୍ଷ ୨୧ ହଜାର ୮୫୫ ଜଣଙ୍କୁ ପ୍ରଥମ ଡୋଜ ଓ ୬୧୮ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ୬୦ ବର୍ଷରୁ ଅଧିକ ୬୭ ହଜାର ୬୧୧ ଜଣଙ୍କୁ ପ୍ରଥମ ଡୋଜ ଓ ୯,୪୩୧ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ଏହାସହ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ରାଜ୍ୟରେ ଆଜି ତିନି ଜଣଙ୍କ ଠାରେ ଟିକାର ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ବଲାଙ୍ଗୀରରେ ୨ଜଣ ଓ ଗଞ୍ଜାମରେ ଜଣଙ୍କଠାରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥିଲା । ରାଜ୍ୟରେ ସମୁଦାୟ ୨୬ ଲକ୍ଷ ୧୪ ହଜାର ୧୭୫ ଜଣ କରୋନା ଟିକା ନେଇ ସାରିଲେଣି । ଅପରପକ୍ଷରେ ଚଳିତମାସରେ ଛୁଟଦିନକୁ ମିଶାଇ ସବୁଦିନ ଟିକାକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନ ଏହି ନିଦେ୍ର୍ଦଶକୁ ପାଳନ କରିବା ଲାଗି କୁହାଯାଇଛି । ଏ ଦୃଷ୍ଟିରୁ ଟିକାକରଣ ଅଧିବେଶନ ଗୁଡ଼ିକୁ ବଢ଼ାଇବା ଲାଗି ଜିଲ୍ଲା ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ତେବେ ରାଜ୍ୟର ୬ଟି ଜିଲ୍ଲା ଟିକାକରଣ ନେଇ ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛନ୍ତି ।
ଏଥିରେ ଅନୁଗୁଳ, ବଲାଙ୍ଗୀର, ଢ଼େଙ୍କାନାଳ, କଟକ, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ରହିଛି । ଏସବୁ ଜିଲ୍ଲାପାଳ ମାନଙ୍କୁ କିଭଳି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ପ୍ରଥମ ଦିନରେ ଧାର୍ଯ୍ୟ ଲକ୍ଷ୍ୟ ସହିତ ଆଗାମୀ ଦିନର ଲକ୍ଷ୍ୟ ଯେପରି ପୂରଣ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।
କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଉଭା ହେଲାଣି । ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବରେ ଏହାର ରୂପ ପ୍ରକଟିତ ହେବା ସହିତ କେତେକ ପ୍ରାନ୍ତରେ ମାର୍ଚ୍ଚ ବର୍ଷ ପୂର୍ତ୍ତି ବେଳ ଠାରୁ ବିଭିନ୍ନ ଭାବରେ ମୁଣ୍ଡ ଟେକିଲାଣି । କୋଭିଡ଼-୧୯ ନେଇ ଗତବର୍ଷ ସାରା ଦେଶ ତଥା ବିଶ୍ୱ କିଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଲା, ତାହା ସମସ୍ତଙ୍କର ଅଙ୍ଗେନିଭା କଥା । ତାହାର ପୁନରାବୃତ୍ତିର ଭୟ ସମସ୍ତଙ୍କୁ ଘାରିବା ଭିତରେ ଯେମିତି ସାମାଜିକ ଉପଚାରସମୂହର ଅନୁପାଳନର ମଧ୍ୟ ପୁନଃପ୍ରବର୍ତ୍ତନ ଉପରେ ପ୍ରଶାସନ ଜୋର ଦେଉଥିବାର ଦେଖାଯାଉଛି । କାହାରି ହେଲେ କୋରାନା ସଂକ୍ରମଣ ନେଇ କିଛି ଧାରଣା ନଥିଲା, ତେଣୁ ସମସ୍ତେ ଅନ୍ଧାରରେ ବାଡ଼ି ବୁଲାଉଥିଲେ ।
ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା, ହସ୍ତ ପ୍ରକ୍ଷାଳନ ଭଳି ଉପଚାର ସମୂହର ଅନୁପାଳନ କଥା ପୁଣିଥରେ କୁହାଯିବାର ହେତୁ ଆଦୌ ନାହିଁ, ତାହା କହିହେବ ନାହିଁ । ବିଶ୍ୱବ୍ୟାପୀ ସଂକ୍ରମଣ ହେତୁ ଅସୁମାରୀ ଜନକ୍ଷୟ ହେଲା, କଳକାରଖାନାରେ ତାଲା ଝୁଲିଲା । ଲକ୍ଷ ସଂଖ୍ୟାରେ କୁଶଳୀ ଯୁବକ ଯୁବତୀ କାମବିନା ହାତବାନ୍ଧି ବସିଲେ । ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନଜନିତ ସଙ୍କଟ ଘନେଇଲା ଏବଂ ପ୍ରଶାସନ ଉପରେ ପଡ଼ିଲା ଅବା‚ିତ ଚାପ ।
ବର୍ଷକ ଭିତରେ ପ୍ରତିଷେଧକ ଟିକାର ବିକାଶ ଓ ପ୍ରୟୋଗର ଅଭିଜ୍ଞତା କହୁଛି – ତମାମ ପ୍ରକରଣ ଶତପ୍ରତିଶତ ତ୍ରୁଟିମୁକ୍ତ ବୋଲି ଦାବି କରିହେବନାହିଁ । ସବୁ କିଛି ଟ୍ରାଏଲ ଏଣ୍ଡ ଏରର ପ୍ରଣାଳୀରେ କରାଯାଇଥିବାରୁ ପରିଣତି ଏଭଳି ହେଲା । ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଅଭିଜ୍ଞତା ତୁଳନାରେ ଭୂତାଣୁର ଭୟାବହତା ଥିଲା ବହୁତ ଗମ୍ଭୀର । ଏଥିପାଇଁ କାହାରି ମୁଣ୍ଡରେ ଅଠା ବୋଳି ଦେଇ ବସିଗଲେ ହେବନାହିିଁ । ମାତ୍ର ଏବେ ଯେଉଁ ଦ୍ୱିତୀୟ ଲହର ଆସି ସାରିଥିବାର କୁହାଯାଉଛି ସେଥିପାଇଁ ପୁରୁଣା ପ୍ରଣାଳୀ ଯେତେଦୂର ପ୍ରଯୁଜ୍ୟ, ତାହା ନେଇ ପୁନର୍ବିଚାରର ପ୍ରୟୋଜନ ରହିଥିବା ମନେହୁଏ ।
ଯେଉଁଭଳି ଚାରିପ୍ରକାର ସାମାଜିକ ପ୍ରତିଷେଧକ ଓ ଉପଚାର ଅନୁପାଳନ ଉପରେ ଜୋର ଦିଆଯାଉଛି, ସେଥିରେ କିଛି ତ୍ରୁଟି ନଥାଇପାରେ । ଟିକାର ବିକାଶ ଓ ପ୍ରୟୋଗରୁ ଯାହାକିଛି ଅଭିଜ୍ଞତା ମିଳୁଛି, ତାହାର ଆଧାରରେ କେତେ କ’ଣ କରାଯାଇପାରିବ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ନୂଆ ଉପାୟ ଓ ଉପଚାର ପାଇଁ ପ୍ରଶାସନ ତଥା ସାମାଜିକ କର୍ମୀମାନେ ଗୁରୁତ୍ୱ ସହକାରେ ଚିନ୍ତା କରି ପଦକ୍ଷେପ ପାଇଁ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବା ଜରୁରୀ ମନେହେଉଛି । ଜନସଂଖ୍ୟା ଓ ସମସ୍ୟାକୁ ଆମେ ଶହେ ବୋଲି ଧରୁଥିଲେ, ଶିବେଇ ସାନ୍ତରା ତତଲା ଜାଉ ଥାଳିର ମଝିରେ ହାତ ପୁରାଇଦେବା ନ୍ୟାୟ ଭଳି ହୋଇଛି । ଶହେରୁ ଅଶି ଭାଗ ସମସ୍ୟାର ପ୍ରତିକାର ଲାଗି ଆମକୁ କୋଡିଏର ସମସ୍ୟା ପାଇଁ ଫୋକସ ଦେବାକୁ ପଡ଼ିପାରେ । ଅଭିଜ୍ଞତା ହେଉଛି ସମସ୍ତଙ୍କର ଶିକ୍ଷକ ।
ବ୍ୟାପକ ଟିକାକରଣ ସହିତ ସାମାଜିକ ଉପଚାର ପାଳନ ଉପରେ ଗୁରୁତ୍ୱ ଦେବା ଭିତରେ କ’ଣ ପାଇଁ ପୁରୁଷ ମହିଳା, ବିଶେଷକରି ବରିଷ୍ଠ ନାଗରିକମାନେ ଟିକା ନେବା ଲାଗି ଭିଡ଼ ଜମାଇବା କେତେ କଷ୍ଟକର ଚିତ୍ର ଦେଖାଉଛି । ପ୍ରଶାସନ ଆଉ କିଛି କରିନପାରିଲେ ମଧ୍ୟ ଭ୍ରାମ୍ୟମାଣ ଟିକାକରଣ ଶିବିର ବ୍ୟବସ୍ଥା କରିପାରିବ । ତାହାହେଲେ ହଇରାଣ ହରକତରୁ ବୁଢ଼ାବୁଢ଼ୀମାନେ ରକ୍ଷା ପାଇପାରନ୍ତେ । ଏଯାଏଁ କେହି ଦ୍ୱିତୀୟ ସଂକ୍ରମଣର ଚିତ୍ର ପାଇପାରିନଥିଲେ ସୁଦ୍ଧା ରାତ୍ରିକାଳୀନ କର୍ଫୁ୍ୟ ଠାରୁ ଆରମ୍ଭ କରି ବିଭିନ୍ନ କଟକଣାର ପ୍ରବର୍ତ୍ତନ ଆରମ୍ଭ ହୋଇସାରିଲାଣି । ଯେହେତୁ କରୋନା ସଂକ୍ରମକଣର ରୂପରେଖ ନେଇ କାହାରି କିଛି ସ୍ପଷ୍ଟ ଧାରଣା ନଥିଲା, ସେତେବେଳେ ସଙ୍ଗରୋଧ ଠାରୁ ଅବରୋଧ ଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଥିଲା । କେଇମାସ ପରେ କୋହଳ ସ୍ଥିତିରେ ସମସ୍ତେ ବେପରୁଆ ହୋଇପଡ଼ିଲେ ।
ଯାନିଯାତ୍ରା ବିବାହ, ପୁନେଇଁ ଠାରୁ ଆରମ୍ଭ କରି ଭୋଟ ସମାବେଶରେ ଶହ ଓ ହଜାର ସଂଖ୍ୟାରେ ଭିଡ଼ କରୋନାକୁ ନୂଆ ବିକଟାଳ ରୂପରେ ଉଭା କରାଇବାକୁଯାଉଛି । ପ୍ରଶାସନ, ସାମାଜିକ କର୍ମୀ ଓ ଗଣମାଧ୍ୟମଗୁଡ଼ିକ ପୁରୁଣା ଗୁଳା ଛାଡ଼ି ଯଦି କାର୍ଯ୍ୟ କରିବେ ଯଥେଷ୍ଟ ଉପକାର ମିଳିପାରିବାର ଆଶା କରାଯାଉଛି । ଟିକାକରଣୁକ ସାର୍ବଜନୀନ ଅଭିଯାନ କରାଯିବା ଭିତରେ କେତେକ ସ୍ଥାନରେ ଟିକା ନଷ୍ଟ ଭଳି ଚିନ୍ତାଜନକ ଖବର ମିଳିଛି । କରୋନା ମୁକାବିଲା ପାଇଁ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ଏ କ୍ଷେତ୍ରରେ ପ୍ରତିଟି ଲୋକଙ୍କ ସଚେତନତା ଓ ସମାଜ ପ୍ରତି ସମର୍ପିତ ସେବା ମନୋଭାବ ସମ୍ପନ୍ନ ଗୁରୁ ଦାୟିତ୍ୱ ରହିଛି ।

Comments are closed.