Odisha news

ବେକାବୁ ହେଉଛି କରୋନା

ହିମାଂଶୁ  ଶେଖର ଆଚାର୍ଯ୍ୟ : ଦେଶରେ ଏବେ କରୋନା ସଂକ୍ରମଣ ଉପରମୁହାଁ । ସଂକ୍ରମଣର ଦ୍ୱିତୀୟ ଲହରକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ତାରିଖରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏହି ଭର୍ଚୁଆଲ ବୈଠକରେ କରୋନା ସଂକ୍ରମଣ ରୋକିବାକୁ ତ୍ୱରିତ ଓ ଦୃଢ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ଲୋକଙ୍କୁ ଭୟଭୀତ ନକରି ସଂକ୍ରମଣ ରୋକିବା ଲାଗି ସଚେତନ କରିଇବା ଦରକାର । ଲଗାତାର କିଛିଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃନ୍ଧିପାଇବାରେ ଲାଗିଛି । ଗତ ୨୪ ଘଂଟାରେ ଆକ୍ରଇାନ୍ତଙ୍କ ସଂଖ୍ୟା ୨୮,୯୦୩ରେ ପହଂଚିଥିବା ବେଳେ ଏହି ସମୟ ମଧ୍ୟରେ ୧୮୮ ଜଣଙ୍କ ମୃତୁ୍ୟ ଘଟିଛି । ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ, ତାମିଲନାଡୁ ଏବଂ କେରଳ ଆଦି ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ସଂଖ୍ୟା ବଢିଚାଲିଛି । ସେହିପରି ଆମ ରାଜ୍ୟରେ ଗତ୨୪ଘଂଟା ମଧ୍ୟ ରେ ପୁଣି ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଇତି ମଧ୍ୟରେ ଓଡିଶାରେ କରୋନାକୁ ବର୍ଷେ ପୂରିଛି । ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ କ୍ୟାପିଟାଲ ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ଜଣକ ଇଟାଲି ଫେରନ୍ତା ଥିଲେ । ଏବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଯାଇ ୩,୩୮,୪୦୫ ରେ ପହଂଚିଲାଣି । ଏଥିରୁ ୩,୩୫,୭୯୬ଜଣ ସୁସ୍ଥ ହୋଇଛନ୍ତି । ୬୩୮ ଜଣ ଏବେବି ଆକ୍ରାନ୍ତ ଅଛନ୍ତି ।

ଏହିପରିପ୍ରେକ୍ଷୀରେ କରୋନାକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । କିନ୍ତୁ ବିପଦ ଏଯାଏଁ ଟଳିନି । ଆମର ଲକ୍ଷ୍ୟ ହେଉଛି-ଶୂନ୍ୟ ସଂକ୍ରମଣ । ସମସ୍ତେ ମିଶି ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଓଡିଶାରେ କରୋନାର ଏକବର୍ଷ ପୂରଣର ଗୋଟିଏ ଦିନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତା ଜାରି କରି ଏଭଳି ଢଙ୍ଗରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି । ଏଠାରେ ସୂଚାନଯୋଗ୍ୟ,ମହାରାଷ୍ଟô, ପଞ୍ଜାବ କିମ୍ବା ଅନ୍ୟ ରାଜ୍ୟ ଭଳି ଓଡିଶାରେ କରୋନା ସଂକ୍ରମଣ ଚିନ୍ତାଜନକଭାବେ ବଢୁନାହିଁ । କିନ୍ତୁ ଗତ ୮ ଦିନ ହେଲାଣି ଦୈନିକ ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି । ଗତ ୫ ତାରିଖରେ ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରଠାରୁ ସଂଖ୍ୟା ବଢୁଛି ଓ ରବିବାର ଏହା ୭୧ରେ ପହଂଚିଛି । ସେହିପରି କରୋନା ଆମ ଦେଶର ୧ଲକ୍ଷ ୫୬ହଜାର ୩୮୫ ଲୋକଙ୍କ ମୁଣ୍ଡ ନେଲାଣି ।

ଏବେ ଦୀର୍ଘ ଦିନର ପ୍ରତୀକ୍ଷାର ଅବସାନ ଘଟିଛି । କରୋନା କବଳରୁ ରକ୍ଷା ପାଇବା ପାଇଁ ବିଶ୍ୱର ସବୁଠୁ ବଡ ଟୀକାକରଣ କାର୍ଯ୍ୟକ୍ରମ ଆମ ଦେଶରେ ଆରମ୍ଭ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଯେ, ୩୦ ଜାନୁଆରୀ ୨୦୨୦ରେ ଭାରତରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା । ପ୍ରାୟ ବର୍ଷକ ପରେ ୨୦୨୧ ଜାନୁଆରୀ ୧୬ରେ ଆରମ୍ଭହେଲା କରୋନା ବିରୋଧରେ ଲଢେଇ । କରୋନା ବିରୋଧରେ ଆରମ୍ଭ ହୋଇଥିବା ଏହି ଲଢେଇରେ ପ୍ରଥମ ଦିନରେ ଟୀକାକରଣ ସଫଳତାର ସହ ଆରମ୍ଭ ହୋଇଥିଲା ବେଳେ ୩୦୫୫୧ ଟି କେନ୍ଦ୍ରରେ ଟୀକା ପ୍ରଦାନ କରାଯାଇଥିଲା । ପ୍ରଥମ ଦିନ ୧,୯୧ ୧୮୧ ଜଣ ହିତାଧିକାରୀ ଟୀକା ନେଇଥିଲେ । ଏହି ଯୋଜନାକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଆମ ଦେଶ ପାଇଁ ଏହା ଏକ ଐତିହାସିକ ଦିବସ । ସେହିପରି ଆମ ରାଜ୍ୟରେ ୧୬୧ଟି ଟୀକା ଦାନ କେନ୍ଦ୍ରରେ ୧୬ହଜାର ୪୦୫ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଥିଲେ ।

ରାଜ୍ୟରେ ପ୍ରଥମ ଦିନରେ ମୋଟ ୧୩ହଜାର ୨୯୨ଜଣ ଲୋକ କରୋନା ଟୀକା ନେଇଥିଲେ । ଅଦ୍ୟାବଧି ଦେଶରେ ମୋଟ ୧କୋଟି ୪୩ ଲକ୍ଷ ୨୬୬ ଲୋକଙ୍କୁ ଟୀକାକରଣ କରାଯାଇଛି । ଗତକାଲି ସୋମବାର ଠାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ବରିଷ୍ଠ ନାଗରୀକ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟୀକା ପ୍ରଦାନ କରାଯାଉଛି । ମଙ୍ଗଳବାର ଠାରୁ ସୁପ୍ରିମ୍ କୋର୍ଟ ସମସ୍ତ ବିଚାରପତିମାନେ ଟୀକା ନେବା ଆରମ୍ଭ କରିଛନ୍ତି । କେନ୍ଦ୍ରର ଗାଇଡ ଲାଇନ ଅନୁଯାୟୀ ଟୀକାର ଦାମ୍ ନିର୍ଦ୍ଧାରଣ କରାଯାଇଛି । ବେସରକାରୀ ହସ୍ପିଟାଲରେ ଗୋଟିଏ ଡୋଜ୍ର ଦାମ୍ ୨୫୦ ଟଙ୍କା ରହିଥିବା ରେଜିଷ୍ଟାରଙ୍କ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଦେଶରେ କୋଭାକ୍ସିନ୍ ଓ କୋଭିଶିଲ୍ଡ ଟୀକା ଲୋକଙ୍କୁ ଦିଆଯାଉଛି ।

ମହାମାରୀ ପାଇଁ ବିଶ୍ୱର ସବୁଠୁ ବଡ ଟୀକକରଣ କାର୍ଯ୍ୟକ୍ରମ ଆମ ଦେଶରେ ଆରମ୍ଭ ହୋଇଛି । ବିଶ୍ୱର ପ୍ରାୟ ୧୦୦ଟି ଦେଶର ଲୋକ ସଂଖ୍ୟ ୩କୋଟି ଥିବା ବେଳେ ଆମ ଦେଶରେ ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଟୀକାକରଣରେ ସାମିଲ କରାଯିବାର ବ୍ୟବସ୍ଥା ହୋଇଛି । ସେହିପରି ବିଶ୍ୱର ପ୍ରାୟ ୩ଟିଦେଶ ଭାରତ, ଚୀନ୍ ଓ ଆମେରିକାର ଲୋକ ସଂଖ୍ୟା ୩୦ କୋଟିରୁ ଉଦ୍ଧ୍ୱର୍ ଥିବା ବେଳେ ଭାରତରେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୦କୋଟି ଲୋକଙ୍କୁ ଟୀକାକରଣ କରାଯିବ । ଏତେ ବଡଧରଣ ଟୀକାକରଣ କାର୍ଯ୍ୟ ସମ୍ପାଦନ କରିବା କ୍ଷେତ୍ରରେ ଭାରତ ହୋଇଛି ବିଶ୍ୱର ପ୍ରଥମ ରାଷ୍ଟ୍ର । ଏଭଳି ସ୍ତରର ଟୀକାକରଣ ଅଭିଯାନ ବିଶ୍ୱ କେବେ ଦେଖିନାହିଁ ଓ ସାରା ବିଶ୍ୱ ଭାରତର କରୋନା ମୁକାବିଲାକୁ ପ୍ରଶଂସା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଲଢେଇ ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହେଯାଗ ଭୁଲି ହେବନାହିଁ ବୋଲି କହିବା ସହ ସେ ସମସ୍ତଙ୍କ ସୁସ୍ଥତା କମନା କରିଛନ୍ତି ।

ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ କରୋନାର ନୂଆଷ୍ଟ୍ରେନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଥିବା ବେଳେ ସାଧାରଣରେ ମଧ୍ୟ ଭୟ ସୃଷ୍ଟି ହୋଇଛି । ପ୍ରଥମେ ୨୦ହଜାର,୨୨ ହଜାର ଓ ଶେଷରେ ଗତ କାଲି ଦେଶର ଦୈନିକ ସଂକ୍ରମଣ ୨୩ ହଜାର ପାର କରିଛି । ସ୍ଥିତିକୁ ଦେଖି କିଛି ସ୍ଥାନରେ ଲକଡାଉନ ଓ ନାଇଟ୍ କଫୁ୍ର୍ୟଭଳି ପଦକ୍ଷେପ ନିଆଯାଉଛି । ତଥାପି ସଂକ୍ରମଣ ଉପରେ ବେକ୍ରଲାଗୁନାହିଁ ।ସ୍ୱାସ୍ଥ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଅନ୍ୟ ରାଜ୍ୟରେ ଯେଭଳି ସଂକ୍ରମଣ ବଢୁଛି ତାହା ଚିନ୍ତାଜନକ । ଏଥିପାଇଁ ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡାନଜର ରଖାଯାଇଛି । ି ସେହିପରି ଏମ୍ସ୍ ନିଦେ୍ର୍ଦଶକ କହିଛନ୍ତି ଯେ, ଦେଶରେ ଯେପର୍ଯ୍ୟନ୍ତ ୮୦ରୁ ଉଦ୍ଧ୍ୱର୍ ପ୍ରତିଶତ ଟୀକାକରଣ ନହୋଇପାରିଛି ସେପର୍ଯ୍ୟନ୍ତ ହାର୍ଡ ଇମୁ୍ୟନିଟ୍ ସୃଷ୍ଟି ହୋଇପାରିବ ନାହିଁ । ହାର୍ଡ ଇମୁ୍ୟନିଟ୍ ସୃଷ୍ଟି ନହେବା ଯାଏ କରୋନା ସହ ଲଢିବା କଷ୍ଟକର ହୋଇପଡିବ ।

ଦେଶରେ କରୋନା ସଂକ୍ରମଣ ବେକାବୁ ହେଉଥିବାରୁ ଏହାକୁ ନିୟନ୍ତଣ କାରିବା ଲାଗି ପ୍ରଧାନମନ୍ତ୍ରୀ ଟି୍ରପିଲ୍ ‘ଟି’ ଉପରେ ଗୁରୁତ୍ୱ ଦେଇଛନ୍ତି ।ତାହାହେଲା ଟେଷ୍ଟ, ଟ୍ରାକ୍, ଏବଂ ଟ୍ରିକ୍ । ସେହିପରି ଏ ଦିଗରେ ଆମ ରାଜ୍ୟରେ ମଧ୍ୟ କଡା ପଦକ୍ଷେପ ନିଆଯାଇଛି । କୋଭିଡ ଆଇନକୁ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ଦେଖି ଆମ ମୁଖ୍ୟମନ୍ତ୍ରୀ କହିଛନ୍ତି, ରୋଗକ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ । ସମସ୍ତେ ସହଯୋଗ କଲେ ଆମେ ଶୂନ୍ୟ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା । ଏହା ହିଁ ସମୟର ଆହ୍ୱାନ ।

Govt

Comments are closed.