ନୂଆଦିଲ୍ଲୀ : କରୋନା ମହାମାରୀର ଭୟ ବର୍ତ୍ତମାନ ମଧ୍ୟ ସାରା ବିଶ୍ୱରୁ ଯାଇ ନାହିଁ ,କାରଣ ଏହି ମହାମାରୀ ଦ୍ୱାରା ପ୍ରତେକ ଦେଶ ପ୍ରାୟ ଅସୁବିଧାର ସମ୍ମୁଖୀନ ହୋଇ ଛନ୍ତି l ସାଧାରଣ ଲୋକଙ୍କ ଠାରୁ ନେଇ ରାଷ୍ଟ୍ରଦୂତ ପର୍ଯ୍ୟନ୍ତ ଆଜି ମଧ୍ୟ କରୋନାକୁ ନେଇ ସଜାଗ ହୋଇ ଯାଇଛନ୍ତି l ଏପରି ସମୟରେ ଜର୍ମାନୀରେ ମଧ୍ୟ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା l ଯାହା ଘଟିଥିଲା ତାହାକୁ ଦେଖି ସମସ୍ତେ କିଛି ଶିଖିବା ବଶ୍ୟକ l ଶୁକ୍ରବାର ଦିନ ଜର୍ମାନୀର ସଂସଦରେ ଗୃହ ଚାଲିଥିବା ବେଳେ ସଂସଦକୁ ସମ୍ବୋଧିତ କରିବା ସମୟରେ ଜର୍ମାନୀର ଚାନ୍ସେଲର ଏଞ୍ଜେଲା ମର୍କେଲ ଭୟ କରି ଯାଇଥିଲେ ଯେତେବେଳେ ସେ ଅନୁଭବ କରିଥିଲେ ତାଙ୍କ ମୁଖ ମଣ୍ଡଳରେ ମାସ୍କ ନଥିଲା l ସେ ପୋଡିୟମ ଠାରେ ନୀଜର ମାସ୍କ ଭୁଲି ଯାଇଛନ୍ତି l
ଏହା ପରେ ସେ ନିଜ ମାସ୍କ ଆଣିବା ପାଇଁ ପୋଡିୟମ ନିକଟକୁ ବିକଳରେ ଦୌଡିକି ଯାଇଥିଲେ l ଉକ୍ତ ସମୟରେ ରେକର୍ଡ ହୋଇଥିବା ଭିଡ଼ିଓଟିକୁ ଗଣମାଧ୍ୟମରେ ଭାଇରାଲ କରାଯାଇଛି l ଉକ୍ତ ଭିଡିଓରେ ଦେଖା ଯାଇଛି ଯେ ସେ ଟେବୁଲ ଉପରୁ ମାସ୍କଟିକୁ ଆଣି ଭୟବିତ୍ତ ହୋଇ ଦ୍ରୁତ ବେଗରେ ପିନ୍ଧୁଛନ୍ତି l ଏହି ଭିଡ଼ିଓଟିକୁ ଦେଖିନ ୟୁଜର ମାନେ ଲେଖିଛନ୍ତି ଏତେବଡ଼ ବିକାଶଶୀଳ ଦେଶର ଜଣେ ଚାନ୍ସେଲରଙ୍କ ପାଖରୁ ସାଧାରଣ ନାଗରିକ ବହୁତ କିଛି ଶିଖିବାର ଅଛି l ସେ ଜନତାଙ୍କ ପାଇଁ ଗୋଟିଏ ଦୃଷ୍ଟାନ୍ତ ମୂଳକ ଆଦର୍ଶ ଅଟନ୍ତି l ଏହି ସମ୍ବୋଧନ ଏଞ୍ଜେଲା କହିଥିଲେ ଆମେ ପ୍ରଥମେ ସରକାରଙ୍କର ନୀତି ନିୟମକୁ ମାନିବ ଆବଶ୍ୟକ l ଆମ ପରେ ଯାଇ ସାଧାରଣ ଜନତା ଏବିଷୟରେ ଶିଖିବେ l