corona

ହିମାଂଶୁ ଶେଖର ଆଚାର୍ଯ୍ୟ : ମାହାମାରୀ କରୋନା ଆଜି ସାରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ପ୍ରତ୍ୟେକ ଦେଶ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଭାରତ ମଧ୍ୟ ଏହି ମାହାମାରୀର ଭୟାବହତାର ଶିକାର ହୋଇଛି । ଆମ ରାଜ୍ୟ ମଧ୍ୟ ମହାମାରୀ କରୋନା କବଳରୁ ମୁକ୍ତ ନୁହେଁ । ଏବେ ଦୈନିକ ହଜରରୁ ଉଦ୍ଧ୍ୱର୍ ଲୋକଙ୍କର ମୃତୁ୍ୟ ଘଟୁଥିବା ଚିନ୍ତା ଜନକ ବିଷୟ ହୋଇଛି । ଗତ ୨୪ଘଣ୍ଟାର ରିପୋର୍ଟ ଅନୁଯାୟୀ ଭାରତରେ ପୁଣି ଥରେ ୧୨୦୯ ସଂଖ୍ୟକ ଲୋକଙ୍କ କରୋନା ରୋଗରେ ମୃତୁ୍ୟ ଘଟିଛି । ଏହା ବ୍ୟତୀତ ଦେଶରେ ପୁଣି ୯୬,୫୫୧ ଲୋକ ନୂତନ ଭାବେ କୋଭିଡ-୧୯ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।

ଭାରତରେ ସର୍ବାଧିକ ପ୍ରଭାବିତ ରାଜ୍ୟଭାବେ ମହାରାଷ୍ଟ୍ରର ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡିଛି । ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ଭିତରେ ୪୯୫ ରୋଗୀଙ୍କ ମୃତୁ୍ୟ ଘଟିଛି । ସେହିପରି ଆମ ରାଜ୍ୟରେ ଗୋଟିଏ ଦିନରେ ୩,୯୯୬ ଜଣ ନୂଆ କରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନାଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ୬୦୬ କରୋନା ସଂକ୍ରମିତ ଜଣା ପଡିଛି ।

ଡିସେମ୍ବର ଶେଷ ସପ୍ତାହରେ ଏହି ନୂଆ ପ୍ରକାର ଭାଇରସ୍କୁ ନେଇ ଆରମ୍ଭ ହୋଇଯାଇଥିଲା ତର୍କ ବିତର୍କ । ଉହାନ୍ ସହରରେ ମାତ୍ର କେତେଜଣଙ୍କ ନିକଟରେ ଥଣ୍ଡାହ, ସର୍ଦି, କାଶ, ଓ ନିମୋନିଆ ଭଳି ରୋଗର ଲକ୍ଷଣ ଦେଖାଯିବା ଓ ଭଲ ନହେବାର ଭୟାବହ ପରିଣତି କରୋନା ବୋଲି ଉଦ୍ଭାବନ କରାଗଲା ।ଏହା ମଣିଷକୁ ସହଜ ଭାବରେ ଆକ୍ରମଣ କରେ ଓ ଏହାର ଲକ୍ଷଣ ଏତେ ମାରାତ୍ମକ ନହେଲେ ମଧ୍ୟ ଜୀବନ ନେବାକୁ ଏହି ଭାଇରସ୍ ବେଶି ସମୟ ନିଏ ନାହିଁ ।ଏହା ଅତି ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ । ଶ୍ୱାସ ପ୍ରଶ୍ୱାସରେ ବ୍ୟତିକ୍ରମ ଦେଖାଇ ହଠାତ୍ ମୃତୁ୍ୟ ମୁଖରେ ପକାଇଥାଏ ।

ଉହାନ୍ ସହରରେ ରୋଗ ବ୍ୟାପିବା ଓ ମୃତୁ୍ୟ ସଂଖ୍ୟା ବୃଦ୍ଧି ହେବା ଫଳରେ ଅନେକ ଲୋକ ସହର ଛାଡି ଚାଲିଯାଇଥିଲେ । ଏହି ଲୋକ ମାନେ ରୋଗ ବ୍ୟାପିବାର ମୂଳକାରଣ ହୋଇଗଲେ ଓ ରୋଗ ବାହକ ହୋଇ ବିଭିନ୍ନ ଦେଶକୁ ପଳାୟନ କରିଥିବାରୁ ବିଭିନ୍ନ ସ୍ଥାନରେ ମଧ୍ୟ କରୋନା ଅକ୍ରାନ୍ତ ଲୋକଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ପ୍ରାୟ ୨୧୩ଟି ଦେଶରେ ମହାମାରୀ କରୋନା ବ୍ୟାପିସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୫୩୦,୫୧୪, ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୯,୧୬,୮୯୫ ରେ ପହଞ୍ଚିଛି । କରୋନା ଭୂତାଣୁ ସଂକ୍ରମଣ ଦିକୁ ଦିନ ଅଧିକ ଘାତକ ହେଉଥିବାରୁ ବିଶ୍ୱ ବାସୀଙ୍କ ନଜର କେବଳ ଟୀକା ଉପରେ ରହିଛି । ଟୀକା ହିଁ ସଂଞ୍ଜିବନୀ ସାଜି କରୋନା କବଳରୁ ଉଦ୍ଧାର କରିପାରିବ ବୋଲି ସେମାନେ ଭାବୁଛନ୍ତି ।

କରୋନାର ପ୍ରଭାବରୁ ଆମ ଦେଶ ମଧ୍ୟ ମୁକ୍ତ ହୋଇପାରିନାହିଁ । ଚୀନ୍ରେ ବସବାସ କରୁଥିବା ଭାରତୀୟ ମାନେ ଯେତେବେଳେ ଫେରିଆସିଥିଲେ, ସେତେବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କେରଳରେ ପ୍ରଥମେ ୨ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆମ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୬୨,୪୧୪ ଓ ମୃତକଙ୍କ ସଂଖ୍ୟା ୭୬,୨୭୧ ହୋଇଥିବା ବେଳେ ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭ ଥିବା ବେଳେ ମୃତକଙ୍କ ସଂଖ୍ୟା୬୦୫ ରେ ପହଞ୍ଚିଛି । ଆମକୁ ଯେମିତି ହେଉ କରୋନା ଯୁଦ୍ଧ ଜିତିବାକୁ ହେବ । ଏ ଲଢେଇ ଜିତିବାକୁ ପ୍ରତିବଦ୍ଧତା ଦରକାର ।

କରୋନାକୁ ନେଇ ଯେଉଁ ମହାମାରୀର ରୂପ ଦେଖାଦେଇଛି ଆଜି ତାହା ନୂଆ ନୁହେଁ । ବିଶ୍ୱ ଇତିହାସରେ ଅନେକ ସମୟରେ ଅନେକ ଦେଶ ଏମିତି ମହାମାରୀର ସାମ୍ନା କରିଛନ୍ତି ଓ ହଜାର ହଜାର ଲୋକବି ମୃତୁ୍ୟ ବରଣ କରିଛନ୍ତି । କିନ୍ତୁ ବିଜ୍ଞାନ ଜ୍ଞାନକୈାଶଳ ଓ ଡାକ୍ତରୀ ବିଦ୍ୟାର ଉନ୍ନତି ଫଳରେ କିଛି ମହାମାରୀ ବ୍ୟାଧିକୁ ମଣିଷ ରୋକିବାରେ ସକ୍ଷମ ହୋଇପାରିଛି ସତ କିନ୍ତୁ କିଛି ନୂଆ ପ୍ରକାର ବ୍ୟାଧିକୁ ଆପଣାର ମଧ୍ୟ କରିଛି । ବିଶେଷ କରି ଭାଇରସ୍ ଜନିତ ମୃତୁ୍ୟବି ବିଶ୍ୱ ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ସ୍ପାନିଶ ଫ୍ଲୁ , ପ୍ଲେଗ୍, ଆନ୍ଥ୍ରାକ୍ସ, ସ୍ୱାଇନ ଫ୍ଲୁ, ବାର୍ଡ ଫ୍ଲୁ ଭଳି ଭାଇରସ୍ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇସାରିଛି ।

ଏହି ଭାଇରସ୍ କବଳରୁ ମୁକୁଳିବାପାଇଁ ୧୦୦ରୁ ଅଧିକ ରାଷ୍ଟ୍ର ଏହାର ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । କେତୋଟି ଦେଶରେ ଟୀକା ପରୀକ୍ଷଣ ମଧ୍ୟ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ରହିଛି । ରୁଷିଆ , ଆମେରିକା , ବ୍ରିଟେନ୍ ଭଳି ଆଗ ଧାଡିର ଦେଶ ମଧ୍ୟ ଟୀକା ବାହର କରିବା ଦୈାଡରେ ଅଛନ୍ତି । ଆମ ଦେଶ ଭାରତରେ ମଧ୍ୟ ଏଦିଗରେ ଉଦ୍ୟମ ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ଭିତରେ ଗତ ଅଗଷ୍ଟ ୧୧ତାରିଖ ଦିନ ରୁଷିଆ ଆଣିଛି ବିଶ୍ୱର ପ୍ରଥମ କରୋନା ଟୀକା । ଏହି ଟୀକା ପ୍ରଥମେ ପୁଟିନଙ୍କ ଝିଅଙ୍କୁ ଦିଆଯାଇଥିଲା । ମାତ୍ର ରୁଷ୍ ତରବରିଆ ଭାବେ ଏହି ଟୀକା ପ୍ରସ୍ତୁତ କରିଛି ବୋଲି ଆମେରିକା ଓ ବ୍ରିଟେନ କହିଛନ୍ତି ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନାଅନୁଯାୟୀ ପ୍ରଥମେ ଭଲଭାବେ ଏହାର ନିରାପତ୍ତା ଓ ସୁରକ୍ଷା ନେଇ ବିଶ୍ଳେଷଣ କରାଯିବ ଏବଂ ପରେ ଏହି ଟୀକା ସଂପର୍କରେ ‘ହୁ’ ପକ୍ଷରୁ ମତ ରଖାଯିବ ।

କିନ୍ତୁ ଏହି ଟୀକାର ପାଶ୍ୱର୍ ପ୍ରତିକ୍ରିୟା ରହିଛି ବୋଲି ଏବେ ଜଣାପଡିଛି । ତେଣୁ ଏହି ଟୀକା ନେବା ପାଇଁ ରୁଷ୍ର ଡାକ୍ତର ଓ ଶିକ୍ଷକମାନେ ଅମଙ୍ଗ ହେଉଥିବାର ଜଣାପଡିଛି । ଆମ ଦେଶରେ ସେରମ୍ ଇନ୍ଷ୍ଟିଚୁ୍ୟଟ ଦ୍ୱାରା ପ୍ରସ୍ତୁତ ଟୀକା ପରୀକ୍ଷଣ ଉପରେ ବର୍ତ୍ତମାନ ପାଇଁ ରୋକ୍ ଲଗାଯାଇଛି । ସେହିପରି କରୋନାର ନାଭିକେନ୍ଦ୍ର କୁହାଯଉଥିବା ଚୀନ୍ ମଧ୍ୟ କରୋନା ପ୍ରତିଷେଧକ ବାହାର କରିବା ଦୈାଡରେ ଅଛି । ତେଣୁ କରୋନାକୁ ନେଇ ଯେଉଁ ସାମୟିକ ପ୍ରତିବନ୍ଧକ ଦେଖାଯାଇଛି ତାହା ଦୂର କରାଯାଇପାରିବ ।

ବିଗତ ଦିନରେ ବସନ୍ତ ଓ ମିଳିମିଳା ପ୍ରତିଷେଧକ ବାହାର କରିବା ସମୟରେ ଏହିଭଳି ସାମୟିକ ଅସୁବିଧା ମଧ୍ୟ ଦେଖାଦେଇଥିଲା । ଏବେ କରୋନା ଟୀକା କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସାମୟିକ ବୋଲି ବୁଝିବାକୁ ହେବ । ତେଣୁ ଟୀକା କିଏ ଆଗ ବାହାର କଲା ଯେତିକି ବଡକଥା ନୁହେଁ, ପାଶ୍ୱର୍ ପ୍ରତିକ୍ରିୟା ଶୂନ୍ୟ ଟୀକା ପ୍ରସ୍ତୁତ କରିବା ହେଉଛି ବଡକଥା । ଏଥିପାଇଁ ସାମୟିକ ସମସ୍ୟା କିପରି ଅତିକ୍ରମ କରିହେବ ସେଦିଗରେ ବିଜ୍ଞାନୀମାନେ ନିଷ୍ଠାପର ଉଦ୍ୟମ କରିବା ଜରୁରୀ ।

ସମୟ ଥିଲା ମଣିଷ ନିଜ ସଚେତନତା ଅଭାବରୁ ମହାମାରୀକୁ ରୋକିବାବୁ ସମର୍ଥ ହୋଇପାରୁନଥିଲା ।ଏବେ ସଚେତନାତା ବୃଦ୍ଧି ପାଇଥିଲେବି ଏମିତି ନୂଆ ନୂଆ ପ୍ରକାର ରୋଗ ପୃଥିବୀରେ ଦେଖିବାକୁ ମିଳୁଛି । ଯାହାକୁ ଚିହ୍ନଟ କରି ଚିକିସôା କରିବା ଆମ ଚିକିସôା ବିଜ୍ଞାନୀ ଓ ବିଶେଷଜ୍ଞ ମାନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଯାଇଛି । ସମ୍ପ୍ରତି ବିଶ୍ୱମହାମାରୀର ରୂପ ନେଇଥିବା କରୋନା ଆମକୁ ଭିନ୍ନ ଏକ ଚିନ୍ତା ଅଣିଦେଇଛି । ଏହି ରୋଗରେ ସାରା ବିଶ୍ୱରେ ଅଦ୍ୟାବଧି ନଅ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ମୃତୁ୍ୟ ବରଣ କରିସାରିଲେଣି ।

ଏବେ ମାନବ ଜାତିକୁ ଅଣୁ ପରମାଣୁର ଭୟ ଯେତିକି ଆତଙ୍କିତ କରିପାରୁନାହିଁ ତାହା ଠାରୁ ଅଧିକ ଆତଙ୍କିତ କରିସାରିଲାଣି ଏହି ମହାମାରୀ କରୋନା । ତଥାପି କରୋନା ଅପରାଜେୟ ନୁହେଁ । ଆଜି ନହେଲେ ବି କାଲି ଆମେ ଏହି ମହାମାରୀକୁ ନିୟନ୍ତ୍ରଣ କରିପାରିବା । ଆମ ଚିକିସôାବିଜ୍ଞାନୀ ଓ ବିଶେଷଜ୍ଞ ମାନେ ଯଥାଶୀଘ୍ର କରୋନା ଟୀକା ବାହାର କରିବେ ବୋଲି ଆଶା । ସେ ସୁଦିନକୁ ଅପେକ୍ଷା!

LEAVE A REPLY

Please enter your comment!
Please enter your name here