ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ୨୪ଘଂଟାରେ ୨୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲାରେ ୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ତେବେ ବାଲିଅନ୍ତା ରେ ୨୯ ଆକ୍ରାନ୍ତ ଓ ୧୪ ସୁସ୍ଥ, ବାଲିପାଟଣା ୧୬ ଆକ୍ରାନ୍ତ ଓ ୧୦ସୁସ୍ଥ, ଭୁବନେଶ୍ୱର ରେ ୧୩ ଓ ବୋଲଗଡରେ ୩୮ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାତ୍ର ଏହି ଦୁଇଟି ବ୍ଲକ୍ରେ କେହି ଆକ୍ରାନ୍ତ ୨୪ଘଂଟା ମଧ୍ୟରେ ସୁସ୍ଥ ହୋଇନଥିବା ପ୍ରଶାସନ ସୂଚନା ଦେଇଛି ।

ସେହିପରି ଜଟଣୀରେ ୨୩ଆକ୍ରାନ୍ତ ଓ ୩୫ ସୁସ୍ଥ, ଖୋର୍ଦ୍ଧାରେ ୨୨ଆକ୍ରାନ୍ତ ଓ ୬ଜଣ ସୁସ୍ଥ, ବେଗୁନିଆରେ ୧୬ଜଣ ଆକ୍ରାନ୍ତ ଓ ୨ଜଣ ସୁସ୍ଥ ଜଣେ ମୃତୁ୍ୟବରଣ କରିଛନ୍ତି ।, ଟାଙ୍ଗିରେ ୨୪ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ଜଣ ସୁସ୍ଥ ହୋଇଛନ୍ତି । ଚିଲିକାରେ ୮ଜଣ ଆକ୍ରାନ୍ତ ଓ ୭ଜଣ ସୁସ୍ଥ ଏବଂ ବାଣପୁର ବ୍ଲକରୁ ୧୪ ଆକ୍ରାନ୍ତ ଓ ୫ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here