ଫୁଲବାଣୀ (ସନ୍ତୋଷ ମିଶ୍ର ): ଆଜି କନ୍ଧମାଳ ଜିଲ୍ଲାରେ ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଶିାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୦୩ରେ ପହଂଚିଛି । ତେବେ ସେମାନଙ୍କ ମଧ୍ୟରୁ ୧୭୮୦ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଥିବାବେଳେ ଆଉ ୪୧୩ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିସôିତ ହେଉଛନ୍ତି ।
ଆଜି ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ସୁଚନା ଅନୁସାରେ କରୋନାରେ କନ୍ଧମାଳ ଜିଲ୍ଲାର ଆଉ ୩ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ୧୦ ରେ ପହଂଚିଛି । ଆଜି ଘୋଷଣା କରାଯାଇଥିବା ମୃତକଙ୍କ ମଧ୍ୟରୁ ଫୁଲବାଣୀର ଏଫସିଆଇ ଛକ ଅଂଚଳର ଜଣେ ୫୮ ବର୍ଷିୟ ପୁରୁଷ ଥିବାବେଳେ ଦାରିଙ୍ଗବାଡି ଜଣେ ୪୩ ବର୍ଷିୟ ପୁରୁଷ ଅଛନ୍ତି ଏବଂ ଟିକାବାଲିର ବୁର୍ବିନାଜୁ ଅଂଚଳର ଜଣେ ୪୨ ବର୍ଷିୟ ପୁରୁଷ ଥିବା ଜଣାପଡିଛି ।
ତେବେ ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀର ୫ ଜଣ ରହିଥିବାବେଳେ ଘୁ.ଉଦୟଗିରିର ୨ ଜଣ,ଦାରିଙ୍ଗବାଡିର ଜଣେ,ଟିକାବାଲିର ଜଣେ ,କୋଟଗଡର ଜଣେ,ତୁମୁଡିବନ୍ଧର ଜଣେ,ବାଲିଗୁଡାର ୨ ଜଣ,ଫିରିଙ୍ଗିଆର ଜଣେ,ଖଜୁରିପଡାର ଜଣେ ଏବଂ ଜିଲ୍ଲା ବାହାରେ ଥିବା ୨ ଜଣ ଚିହ୍ନଟ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ୍ ମାଧ୍ୟମରେ ସୁଚନା ଦେଇଛନ୍ତି । ଜିଲ୍ଲାରେ କରୋନା ତାର କାୟା ଧିରେଧିରେ ବିସ୍ତାର କରି ଚାଲିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଥିବା ବେଳେ ଅତ୍ୟାବଶ୍ୟକୀୟ କାମରେ ବାହାରକୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ଗାଇଡ ଲାଇନ ମାନି ଚଳିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।