କଣାସ-୨୪/୦୮/୨୦ : କରୋନା ମାହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ବେଳେ ପ୍ରତ୍ୟେକ ଦିନ ଓଡ଼ିଶାରେ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିନ୍ହଟ ହେଉଛନ୍ତି ।ପୁରୀ ଜିଲ୍ଲା କଣାସ ବ୍ଲକରେ କରୋନା ଆରମ୍ଭ ରୁ ଆଜିପର୍ଯ୍ୟନ୍ତ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୧୦ଜଣ ଚିନ୍ହଟ ହୋଇଛନ୍ତି ।ସେଥିମଧ୍ୟରୁ ୧୨୯ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।ବାକି ଆଉ ୭୯ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ସେଥିମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଛି ।ଗତକାଲି କଣାସ ବ୍ଲକର ଗଡଖାରଦ ପଞ୍ଚାୟତ ରୁ ୩ଜଣ ,ଦୋକନ୍ଦା ପଞ୍ଚାୟତ ରୁ ଜଣେ, କଣାସ ପଞ୍ଚାୟତରୁ ଜଣେ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ।
ସେପଟେ କଣାସ ତହସିଲ ରୁ ଜଣେ କର୍ମଚାରୀ କରନା ଆକ୍ରାନ୍ତ ଚିନ୍ହଟ ହେବା ପରେ ତହସିଲ କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଛି ।କଣାସ ବ୍ଲକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିନ୍ହଟ ହେବା ପରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି ।ପୁରୀ ଜିଲ୍ଲା ପ୍ରଶାସନ ଶନିବାର,ରବିବାର ସଡଡ଼ାଉନ ଉଠେଇ ଦେଇଥିବା ବେଳେ ପ୍ରତେକ ବଜାରରେ ସାଧାରଣ ଦିନ ଭଳି ଲୋକମାନଙ୍କ ଭିଡ ଜମୁଛି ।ପ୍ରତେକ ଦୋକାନ ରେ କୌଣସି ସାମାଜିକ ଦୂରତା ରହୁନାହିଁ ।
ବେବସାୟୀମାନେ ସରକାରଙ୍କ ନୀତି ନିୟମ କୁ ଉଲଂଘନ କରି ଲୋକମାନଙ୍କ ମଧ୍ୟରେ ଭିଡ଼ ଜମାଇ ବେପାର ବଣିଜ କରୁଛନ୍ତି ।ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ ।ଯେଉଁଥିପାଇଁ କଣାସ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଅମାନିଆ ବେବସାୟୀ ଓ ଲୋକଙ୍କୁ ପ୍ରଶାସନ ପକ୍ଷରୁ ତାଗିଦ କରାଗଲେ କିଛି ମାତ୍ରାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
