Odisha news

କରୋନା ଟୀକା ପ୍ରସ୍ତୁତିରେ ଭାରତର ଅଗ୍ରଗତି

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଚୀନ୍ର ଉହାନ୍ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଇତିମଧ୍ୟରେ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି । ପ୍ରତ୍ୟେକ ଦେଶ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଭାରତ ମଧ୍ୟ ଏହି ମାହାମାରୀର ଭୟାବହତାର ଶିକାର ହୋଇଛି । ଆମ ରାଜ୍ୟ ମଧ୍ୟ ମହାମାରୀ କରୋନା କବଳରୁ ମୁକ୍ତ ନୁହେଁ । ଏହି ଭାଇରସ୍ କବଳରୁ ମୁକୁଳିବାପାଇଁ ୧୦୦ରୁ ଅଧିକ ରାଷ୍ଟ୍ର ଏହାର ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି ।

କେତୋଟି ଦେଶରେ ଟୀକା ପରୀକ୍ଷଣ ମଧ୍ୟ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ରହିଛି । କିନ୍ତୁ ବାଜି ମାରିନେଇଛି ରୁଷ୍ । ରୁଷ୍ ପ୍ରଥମେ ପ୍ରସ୍ତୁତ କରିଛି କରୋନା ଟୀକା । ଖୁବ୍ ଶୀଘ୍ର ଏହି ଟୀକାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହେବ ବୋଲି ଜଣାଯାଇଛି । ଏହି ଟୀକାକୁ ଅନୁମୋଦନ କରିଛି ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱୀକୃତିକୁ ଅପେକ୍ଷା କରାଯାଇଛି । ଅପରପକ୍ଷରେ ରୁଷ୍ ତରବରିଆ ଭାବେ ଏହି ଟୀକା ସଂପର୍କରେ ଘୋଷଣା କରିଥିବା କୁହାଯାଉଛି । ଆମେରିକା ଓ ବ୍ରିଟେନର ଏହି ଟୀକା ଉପରେ ଭରସା ପାଉନାହିଁ । ଟୀକା ନିରାପଦ କି ନୁହେଁ ସେମାନେ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୧ତାରିଖ (ମଙ୍ଗଳବାରÿ)ଦିନ ରୁଷିଆ ଆଣିଛି ବିଶ୍ୱର ପ୍ରଥମ କରୋନା ଟୀକା । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଏହି କରୋନା ଟୀକା କଥା ଘୋଷଣା କରିଛନ୍ତି । ଏହି ଟୀକା ପୁଟିନଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଝିଅଙ୍କୁ ଦିଆଯାଇଛି । ଏବେ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଅଛି ବୋଲି ପୁଟିନ କହିଛନ୍ତି । ଏହି ଟୀକା ପ୍ରଥମେ ରୁଷ୍ର କୋଭିଡ ଯୋଦ୍ଧାଙ୍କୁ ଦିଆଯିବ, ତାପରେ ରୁଷ୍ ନାଗରିକଙ୍କୁ ଦିଆଯିବ ଓ ଏହାପରେ ଅନ୍ୟ ଦେଶକୁ ପଠାଯିବ । ଏହାର ନାମ କରଣ କରାଯାଇଛି ସ୍ଫୁଟନିକ୍-ଭି । ୧୯୫୭ ମସିହାରେ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷିଆ ମହାକାଶକୁ ପ୍ରେରଣ କରିଥିବା କୃତ୍ରିମ ଉପଗ୍ରହ ସ୍ଫୁଟନିକ-୧ର ନାମକରଣ ଅନୁସାରେ ଏଭଳି ନାମ କରଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁଯାୟୀ ପ୍ରଥମେ ଭଲଭାବେ ଏହାର ନିରାପତ୍ତା ଓ ସୁରକ୍ଷା ନେଇ ବିଶ୍ଳେଷଣ କରାଯିବ ଏବଂ ପରେ ଏହି ଟୀକା ସଂପର୍କରେ ହୁ ପକ୍ଷରୁ ମତ ରଖାଯିବ ।

ସୂଚନା ଅନୁଯାୟୀ ଏବେ କେତେକ ଦେଶ ଟୀକା ପ୍ରସ୍ତୁତ କରିବାରେ ମଧ୍ୟ ଆଗରେ ଅଛନ୍ତି । ଜର୍ମାନୀର ବାୟୋନଟେକ ଏବଂ ୟୁଏସ ଫାର୍ମା ପିଫିଜର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚିଛନ୍ତି । ୩୦ହଜାର ଯୁବ ସ୍ୱେଚ୍ଛାସେବୀଙ୍କୁ ନେଇ ସେମାନେ ପରୀକ୍ଷା କରୁଛନ୍ତି । ସେହିଭଳି ଆମେରିକାର ଫାର୍ମ ମର୍ଡେନା ୩୦ହଜାର ଲୋକଙ୍କ ଠାରେ ପରୀକ୍ଷା ଚଲାଇଛି । ଚାଇନାରେ ସିନୋ ଫାର୍ମ ୟୁନାଇଟେଡ ଆରବରେ ୧୫ ହଜାର ଲୋକଙ୍କ ଠାରେ ପରୀକ୍ଷଣ ଆରମ୍ଭ କରିଛି ।

ପୁନଶ୍ଚ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କୋଭିଡ ଟୀକା ଯେଉଁମାନେ ପରୀକ୍ଷଣ କରୁଛନ୍ତି ସେମାନେ ଶେଷ ପର୍ଯ୍ୟନ୍ତ ଏହାର ଭଲଭାବେ ପରୀକ୍ଷଣ କରିବା ଦରକାର । କେହି ତରବରିଆ ହେବା ଠିକ୍ ନୁହେଁ । ଅନ୍ୟପଟେ ରୁଷ୍ ଦ୍ୱାରା ପରୀକ୍ଷିତ ସ୍ଫୁଟନିକ-ଭି କରୋନା ଟୀକା କିଣିବା ପାଇଁ ବିଶ୍ୱର ୨୦ଟି ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଥିବା ରୁଷ୍ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି ।ରୁଷ୍ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଭାରତ ସମେତ ସଂଯୁକ୍ତ ଆରବ, ସାଉଦି ଆରବ, ଇଣ୍ଡୋନେସିଆ, ଫିଲିପାଇନ୍ସ, ବ୍ରାଜିଲ ,ଦକ୍ଷିଣ କୋରିଆ, ତୁର୍କି, କୁ୍ୟବା ପ୍ରଭୃତି ଦେଶ ଏହି ଟୀକା ନେବାକୁ ଚାହୁଁଥିବାରୁ ଏସବୁ ଦେଶରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ କରାଯିବ । ଏଥିସହିତ ଏ ସବୁ ଦେଶର ଆର୍ଥôକ ପାଣ୍ଠି ସହଯୋଗରେ ପର୍ଯ୍ୟାପ୍ତ ପରିମାଣର ଟୀକା ପ୍ରସ୍ତୁତ କରାଯିବ ।

୨୦୨୦ ଶେଷ ସୁଦ୍ଧା ରୁଷ୍ ନିଜ ଦେଶର ନାଗରିକଙ୍କ ପାଇଁ ୩କୋଟି ଟୀକା ପ୍ରସ୍ତୁତ କରିବା ସହ ଅନ୍ୟ ଦେଶ ପାଇଁ ୨୦କୋଟି ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ଜଣାପଡିଛି ।ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଯେ କୈାଣସି ଭାକ୍ସିନ୍କୁ କଡା ପରୀକ୍ଷା କରାଯିବ ଏବଂ ଏଥିରେ ସଫଳ ହେବା ପରେ ହିଁ ସେହି ଭାକ୍ସିନ୍କୁ ମଞ୍ଜୁରୀ ଦିଆଯିବ । ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁ୍ୟଏଚ୍ଓ ମୁଖପାତ୍ର ତାରିକ ଜାସାରେବିକ୍ କହିଛନ୍ତି ଯେ, ଡବ୍ଲୁ୍ୟଏଚ୍ଓ ଅଧିକାରୀମାନେ ରୁଷ୍ର ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିଛନ୍ତି ଏବଂ ଭାକ୍ସିନ୍ର ପ୍ରି କ୍ୱାଲିଫିକେସନ୍ ଉପରେ ବିଚାରବିମର୍ଶ ଚାଲିଛି । ଭାକ୍ସିନ୍ର ବିଭିନ୍ନ ଦିଗ ଉପରେ ଯାଞ୍ଚକରାଯାଉଛି ବୋଲି ସେ କହିଛନ୍ତି ।

ସମ୍ପ୍ରତି ବିଶ୍ୱ ମହାମାରୀ ରୂପ ନେଥିବା କରୋନା ଆମକୁ ଭିନ୍ନ ଏକ ଚିନ୍ତା ଆଣି ଦେଇଛି । ଅଦ୍ୟାବଧି ଏହି ରୋଗରେ ସାରା ବିଶ୍ୱରେ ୭ଲକ୍ଷରୁ ଉଦ୍ଧ୍ୱର୍ ଲୋକ ମୃତୁ୍ୟ ବରଣ କରିସାରିଲେଣି । ତଥାପି ଏହି ରୋଗର ସଂକ୍ରମଣ କମିବାର ନାଁ ଧରୁନି । ବରଂ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ଓ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି । ଆମ ଦେଶ ତଥା ରାଜ୍ୟ ମଧ୍ୟ ଏଥିରୁ ବାଦ୍ ପଡିନି । ଏହିରୋଗର ନିରାକରଣ ପାଇଁ ରୁଷ୍ ପ୍ରସ୍ତୁତ କରିଛି ବିଶ୍ୱର ପ୍ରଥମ କରୋନ ଟୀକା । ଅନ୍ୟ ଦେଶ ମାନେ ମଧ୍ୟ ଟୀକା ପ୍ରସ୍ତୁତ ଦୈାଡରେ ଅଛନ୍ତି ।ଆମ ଦେଶ ମଧ୍ୟ ଟୀକା ପ୍ରସ୍ତୁତ ଦୈାଡରେ ପଛରେ ପଡିନାହିଁ । କୋଭିଡ-୧୯ ଜାତୀୟ ଟାସ୍କ ଫୋର୍ସ ମୁଖ୍ୟଙ୍କ ସୂଚନା ଅନୁଯାୟୀ ଏବେ ତିନୋଟି ଟୀକା ପ୍ରସ୍ତୁତ କରୁଛି ଭାରତ । ସେଥିମଧ୍ୟରୁ ରହିଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭ୍ୟାକସିନ୍ , ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକଶିତ, ସେରମ ଇନଷ୍ଟିଚୁ୍ୟଟ୍ ଦ୍ୱାରା ପ୍ରସ୍ତୁତ ‘ଉଷଇୟଙଙ୍ଘ୧’, ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ‘ଜାଇକଭ୍-ଡି’ । ତନ୍ମଧ୍ୟରୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଅପେକ୍ଷାରେ ଭାରତର ଗୋଟିଏ ଟୀକା । ଅନ୍ୟ ଦୁଇ ଟୀକାର ଟ୍ରାଏଲ୍ ଷ୍ଟେଜ୍-୨ ଅଛି । ତେଣୁ ଟୀକା ପ୍ରସ୍ତୁତ କରିବାରେ ଆମେ ନିଶ୍ଚୟ ସଫଳ ହେବା ।

ଏଣେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ନିକଟରେ ଏହି ରୋଗରୁ ମୁକ୍ତି ପାଇବାର ସମ୍ଭାବନା ନାହିଁ । ଟୀକା ବାହାରିଲେବି କିଛି ବର୍ଷ ପର୍ଯ୍ୟନ୍ତ ଏହି ମହାମାରୀର ପ୍ରଭାବ ରହିବ । ତେଣୁ ଥଣ୍ଡା, କାଶ, ଛିଙ୍କ ଓ ଜ୍ୱର ସମୟରେ ଆମକୁ ସଚେତନ ଓ ସତର୍କ ରହିବାକୁ ପଡିବ ।

ଆମକୁ ମନେରଖିବାକୁ ହେବ ଯେ, ମହାମାରୀ କବଳରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ ବି ସେତେ କମ୍ ହେବ । ବିଗତ ଦିନରେ ଅନେକ ମହାମାରୀ ଆସିଛି ଓ ତାକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ତେଣୁ କିଏ ଆଗ ଟୀକା ପ୍ରସ୍ତୁତ କଲା ବା ବାଜି ମାରିନେଲା ତାହା ବଡକଥା ନୁହେଁ ।ବଡକଥା ହେଉଛି ମାନବ ସମାଜକୁ ମହାମାରୀ କରୋନା କବଳରୁ ରକ୍ଷା କରିବା ।

ଏଥିସହିତ କରୋନା ଟୀକା ଠିକଣା ସମୟରେ ଲୋକଙ୍କ ପାଖରେ ପହଞ୍ଚିବା ବଡକଥା ।କାରଣ ଜୀବନ ଆଗ ଆଉ ସବୁ ପଛ । ସର୍ବୋପରି କରୋନା ହାରିବ-ମାନବ ସମାଜ ଜିତିବ ଏହାହିଁ ସମସ୍ତଙ୍କର ମୂଳ ଲକ୍ଷ୍ୟ ।ତେଣୁ କରୋନା ଟୀକା ପ୍ରସ୍ତୁତ ଦୈାଡରେ ପ୍ରତିଯୋଗିତା ନହୋଇ ମାନବ କଲ୍ୟାଣର ହିତ ଦୃଷ୍ଟିରୁ ଯେ ତେ ଶୀଘ୍ର କରୋନାର ପ୍ରତିଷେଧକ ବାହାରିବ ତାହା ସମଗ୍ର ବିଶ୍ୱ ପାଇଁ ମଙ୍ଗଳକର ହେବ ।ଏକଥା ଆମେ ମନେ ରଖିବା ନିତାନ୍ତ ଜରୁରୀ ।

Leave A Reply