Odisha news

ଅମୃତପୁର କ୍ୱାରେଣ୍ଟାଇନର ଅନ୍ତେବାସୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା, ଗାଁକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

0

ହାଟଡିହି : ହାଟଡିହି ବ୍ଲକ ଅମୃତପୁର କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ କରୋନା ପଜେଟିଭ ଚିହ୍ନଟ ହେବାପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି   ଜଣେ ୩୫ବର୍ଷୀୟ  ତାମିଲନାଡୁ ଫେରନ୍ତା ଯୁବକ ଜଣକ ଗତ ୧୯ତାରିଖରେ ଆସି କ୍ୱାରେଣ୍ଟାଇନରେ ଥିବାବେଳେ ଅସୁସ୍ଥ ହୋଇପଡିବାରୁ ଗତ ୨୨ତାରିଖ ଦିନ  ତାଙ୍କ  ସ୍ୱାବ ନମୁନା ପରୀକ୍ଷା କରାଯିବା ସହ ସନେ୍ଦହ ହେବାରୁ ତାଙ୍କୁ କେନ୍ଦୁଝର ଅସ୍ଥାୟୀ ହସପିଟାଲକୁ ପଠାଇ ଦିଆଯାଇଥିଲା

ଗତକାଲି ତାଙ୍କର ରିପୋର୍ଟ ପଜେଟିଭ ଆସିଥିବା ବେଳେ ଆଜି ସରକାରୀ ଭାବେ ଏହା ଘୋଷଣା କରାଯାଇଛି ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଅମୃତପୁର ଆୟତପୁର ପଞ୍ଚାୟତ କାର୍ଯ୍ୟାଳୟକୁ ପଞ୍ଚାୟତରେ ଥିବା ସମସ୍ତ କ୍ୱାରେଣ୍ଟାଇନ ସେଣ୍ଟର ଗୁଡିକୁ ବିଶୋଧନ କରାଯାଇଛି ଅମୃତପୁର କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ୫ଜଣଙ୍କୁ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି ଆଶା ଅଙ୍ଗନବାଡି କର୍ମୀମାନେ ଗାଁରେ ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି ତହସିଲଦାର ଉକ୍ତ ଗାଁକୁ ପରିଦର୍ଶନରେ ଯାଇ ଗାଁର ୩ଟି ରାସ୍ତାକୁ ସିଲ କରିବା ସହିତ ଗାଁକୁ କ୍ୱାଣ୍ଟେନମେଣ୍ଟ ଜୋନ ଘେଷଣା କରିଛନ୍ତି ବୋଲି ସରପଞ୍ଚ ଆନନ୍ଦ ଚନ୍ଦ୍ର ଦେହୁରୀ ସୁଚନା ଦେଇଛନ୍ତି

Leave A Reply

Your email address will not be published.