Odisha news

ରାଜ୍ୟରେ ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

0

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡ ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବୌଦ୍ଧରୁ ଜଣେ, କେନ୍ଦ୍ରାପଡ଼ା ରୁ ୪ଜଣ, ଅନୁଗୁଳ, ବାଲେଶ୍ଵର,ମାଲକାନଗିରିରୁ ୫ ଜଣ ଲେଖାଏଁ, ବଲାଙ୍ଗୀରରୁ ୬, କଳାହାଣ୍ଡି ଓ ଝାରସୁଗୁଡ଼ା ରୁ ୭ ଜଣ ଲେଖାଏଁ, ମୟୂରଭଞ୍ଜ ଓ ପୁରୀରୁ ୧୦ ଜଣ ଲେଖାଏଁ, ଦେବଗଡ ୧୩, ଯାଜପୁର ଓ ଜଗସିଂହପୁର ରୁ ୧୪ ଜଣ ଲେଖାଏଁ, ସମ୍ବଲପୁରରୁ ୧୫ ଜଣ,  ଭଦ୍ରକ ୧୬, କେନ୍ଦୁଝର ଓ ଢେ଼ଙ୍କାନାଳ ରୁ ୧୮ ଜଣ ଲେଖାଏଁ, କନ୍ଧମାଳରୁ ୨୦ ଜଣ, ସୋନପୁର ରୁ ୨୫ ଜଣ, ନୟାଗଡ ୩୦, ସୁନ୍ଦରଗଡରୁ ୩୨ ଜଣ, ଗଞ୍ଜାମରୁ ୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Nalco
Leave A Reply