Odisha news

ମୟୂରଭଞ୍ଜରେ ୬୯୧ ଛୁଇଁଲା କରୋନା : ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ସମସ୍ତ ହାଟବନ୍ଦ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ କରୋନା ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିବା ସହ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କୁ ନେଇ ଜିଲ୍ଲାବାସୀ ଚିନ୍ତିତ ହୋଇପଡିଛନ୍ତି । ଶନିବାର ଏକାଥରକେ ଜିଲ୍ଲାରେ ସର୍ବାଧିକ ୩୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମୟୂରଭଞ୍ଜରେ କରୋନା ସଂଖ୍ୟା ୬୯୧ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଇଛି । ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହେଉଥିବା ସମସ୍ତ ପ୍ରକାର ସାପ୍ତାହିକ ହାଟକୁ ବନ୍ଦ କରିଦିଆଯାଇଛି । ଏଥିସହ ଅଗଷ୍ଟ ମାସର ପ୍ରତି ଶନିବାର ଓ ରବିବାରକୁ ସଟ୍ଡାଉନ୍ ଘୋଷଣା କରାଯାଇଛି ।

ମଙ୍ଗଳବାର ଶୁକୃଳି ବ୍ଲକରେ ସର୍ବାଧିକ ୧୧ଜଣ, ବାରିପଦା ବ୍ଲକରୁ ୭ଜଣ, ଶ୍ୟାମାଖୁଣ୍ଟା ବ୍ଲକରେ ୪ଜଣ, ବିଜାତଳା ଓ ବଡସାହି ବ୍ଲକରେ ୩ଜଣ ଲେଖାଏଁ, ଯଶିପୁର, ରାସଗୋବିନ୍ଦପୁର ଓ ବେତନଟୀ ବ୍ଲକରେ ଦୁଇଜଣ ଲେଖାଏଁ, କୁସୁମୀ, କପ୍ତିପଦା, ବାଙ୍ଗିରିପୋଷି, ବାରିପଦା ପୌରାଞ୍ଚଳ ଓ କରଞ୍ଜିଆ ଏନଏସସି ଅଞ୍ଚଳରେ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ମଧ୍ୟରେ ୨୨ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବାବେଳେ ୧୪ଜଣ ସ୍ଥାନୀୟ କରୋନା ଓ ୩ଜଣ କୋଭିଡ୍ ଯୋଦ୍ଧା ବୋଲି ଜଣାଯାଇଛି । ଏଥିସହ କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସମସ୍ତେ ମାସ୍କ ପରିଧାନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିବାବେଳେ ମାସ୍କ ନପିନ୍ଧି ପଦାକୁ ବାହାରିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯିବା ସହ ସମସ୍ତ ଦୋକାନବଜାର ମାନଙ୍କରେ ସାମାଜିକ ଦୂରତାକୁ କଡାକଡି ପାଳନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।

Leave A Reply