ଅନୁଗୁଳ: ବଅଁରପାଳ ବ୍ଲକ ନୂଆହତା ପଚାଂୟତରେ ଖୁଡ଼ି ଓ ପୁତୁରା ଉଭୟେ କରୋନା ସଂକ୍ରମିତ ଥିବା ଜଣାପଡିଛି । ମହିଳା ଜଣଙ୍କ ଅଙ୍ଗନୱାଡି କର୍ମୀ ଭାବେ ହିନେ୍ଦାଳ ଗିରିଧର ପ୍ରସାଦ ଗ୍ରାମରେ କାର୍ଯ୍ୟରତ । ମହିଳା ତାଙ୍କ ଭାଇ ସଂସ୍ପର୍ଶରେ ଆସିଥିଳେ ।
ମହିଳା ନୂଆହତା ଗ୍ରାମ ନିଜ ଶାଶୁ ଘରକୁ ଆସି ପରିବାର ସହ ମିଳାମିଶା କରିଥିଲେ । ଏଥିରେ ତାଙ୍କ ପୁତୁରା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ବଅଁରପାଳ ପୁଲିସ ମହିଳାଙ୍କ ଘରକୁ ସିଲ୍ କରିବା ସହ ପରିବାର ଅନ୍ୟ ସଦସ୍ୟଙ୍କୁ ଅନୁଗୁଳ ଡାକ୍ତର ଖାନା ପଠାଇଥିବା ଜଣାପଡିଛି । ଆକ୍ରାନ୍ତ ଖୁଡ଼ି ଓ ପୁତୁରା ବୟସ ୪୫ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଜଣାଯାଇଛି ।
