Odisha news

ରାଜପୁରରେ ଟାଇଫଏଡ ନା କରୋନା : ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ, ଗାଁରେ ଉତ୍ତେଜନା

0

ଜଳେଶ୍ୱର : ଆଜି ରାଜପୁର ଗାଁର ରାଜା ବାରିକ (୩୨)ର ମୃତ୍ୟୁ ଟାଇଫଏଡ ନା କରୋନା ଜନିତ ଏଥିନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ରାଜପୁର ଗାଁର ଖୋକନ ବାରିକଙ୍କ ପୁଅ ରାଜା ବାରିକ ଗାଁରେ ବେଶ ପରିଚିତ । କିନ୍ତୁ ଗତ ୩ଦିନ ଧରି ତାକୁ ଜ୍ୱର ହେବାରୁ ତଥା ଗାଁରେ କରୋନା ପଜେଟିଭ୍ ଦେଖା ଦେଇଥିବାରୁ ସେ ସନେ୍ଦହରେ ଥିଲେ । ଟାଇଫଏଡ୍ ହୋଇଥିବା କେତେକ ପ୍ରକାଶ କରିଥିବା ବେଳେ ଆଜି ସକାଳେ ଜଳେଶ୍ୱର ଡିସ୍ପେନ୍ସରିରୁ ଔଷଧ ଆଣି ଖାଇଥିଲେ ।

କିନ୍ତୁ ଦ୍ୱି ପ୍ରହରରେ ହଠାତ୍ ପଡିଯାଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଓ ସରପଂଚ ଦିଲ୍ଲୀପ ପରିଡା କହିଛନ୍ତି । ତାଙ୍କୁ ଜିକେଭଟ୍ଟର ହସ୍ପିଟାଲ ଆଣିବାପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଗ୍ରାମର କିଛିଲୋକ ଏହା କରୋନା ଜନିତ ମୃତ୍ୟୁବୋଲି ଅଭିଯୋଗ କରିଛନ୍ତି । ପ୍ରକାଶଯୋଗ୍ୟ ଗତ ୨ଦିନ ତଳେ ତାଙ୍କୁ ଜ୍ୱର ଥିବାର ଜାଣି ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀ ଔଷଧ ଦେଇଥିବା ବେଳେ ଗାଁରେ ଗଠିତ ଭିଲେଜ୍ କମିଟି ନିକଟରେ କୌଣସି ରିପୋଟ୍ ନଥିବା ଡା. ପ୍ରଭାସ ଚନ୍ଦ୍ର ନାୟକ ସାମ୍ବାଦିକଙ୍କ ପ୍ରଶ୍ନଉତ୍ତରରେ କହିଛନ୍ତି । ଜ୍ୱର ସହିତ ନିଶ୍ୱାସ ନେବାରେ ଅସୁବିଧା ଥିବାର କୁହାଯାଇଛି ।

Nalco

Leave A Reply