Odisha news

ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୩, ୧୫୬ , ୩୩୪୨ ଜଣଙ୍କର ମୃତ୍ୟୁ,ସୁସ୍ଥ ହୋଇଛନ୍ତି ୯୫୨୭୪୩ ଜଣ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ

0

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟ‌ା ମଧ୍ୟରେ ଦେଶରେ ୪୭,୭୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୩, ୧୫୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୩୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୯୬୯୮୮ ଓ ସୁସ୍ଥ ହୋଇଛନ୍ତି ୯୫୨୭୪୩ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬୫୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଗତକାଲି ଅପେକ୍ଷା ଆଜି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମ୍‌ ରହିଛି। ଗତକାଲି ଦେଶରେ ସର୍ବାଧିକ ୪୯,୯୩୧ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦୫ଜଣଙ୍କର ମୃତ୍ୟୁ ଘଟିଥିଲା।

ନିକଟରେ ହୋଇଥିବା ଏ‌କ ସର୍ଭେରୁ ଜାଣିବାକୁ ମିଳିଛି ଯେ କୋଭିଡ୍‌ ଭାଇରସ୍‌ ବିଶେଷ ଭାବେ ପ୍ରଭାବିତ କରିଥିବା ଦେଶଗୁଡ଼ିକ ମଧ୍ୟରୁ ତୃତୀୟ ସ୍ଥାନରେ ରହିଛି ଭାରତ। ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ଦିଗରେ ମଧ୍ୟ ଭ‌ାରତ ଆଗରେ ରହିଛି। ଗତ ୧ ସପ୍ତାହ ମଧ୍ୟରେ ଦେଶରେ ଲଗାତର ଭାବେ ପ୍ରତିଦିନ ୪୦ ହଜାରରୁ ଊର୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆମେରିକାରେ ଦିନକୁ ପ୍ରାୟ ୫୦ରୁ ୫୫ ହଜାର ଆକ୍ରାନ୍ତ ‌ଚିହ୍ନଟ ହେଉଥିବା ବେଳେ ଭାରତ ଏ କ୍ଷେତ୍ରରେ ପ୍ରାୟ ଆମେରିକା ପାଖାପାଖି  ରହିଛି।

Leave A Reply