ଜଳେଶ୍ୱର : ଜଳେଶ୍ୱର ପୌରପାଳିକାରେ ଅଦ୍ୟାବଧି ୫୦ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ବ୍ଲକ ଅଂଚଳରୁ ଅଦ୍ୟାବଧି ୪୭ଜଣ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତଙ୍କୁ କୋଭିଦ୍-୧୯ ହସ୍ପିଟାଉକୁ ଚିକିସôାଲାଗି ପଠାଯାଇଥିବା ବେଳେ ପ୍ରାୟ ୮୫ଜଣ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି ।
ଏବେ ଜଳେଶ୍ୱର ପୌରପାଳିକାର ୧୬ଟି ୱାର୍ଡ, ପୌରପାଳିକାର କଣ୍ଟେନ୍ମେଣ୍ଟ ଜୋନ୍ ଓ ଜଳେଶ୍ୱର ବ୍ଲକର ୩୫ଟି ପଂଚାୟତ ଅଧିନରେ ମୋଟ ୧୭ଜଣ ଜ୍ୱର, କାଶ, ଥଣ୍ଡା ରୋଗୀ ଥିବାର ଜଣାଯାଇଛି ।
ଘରକୁଘର ବୁଲି ସର୍ଭେକାର୍ଯ୍ୟ ଚାଲିଥିବା ବେଳେ କଣ୍ଟେନ୍ମେଣ୍ଟ ଜୋନ୍ରୁ ୪ଜଣ, ପୌରପାଳିକାରୁ ୭ଜଣ ଓ ବ୍ଲକ ଅଂଚଳରେ ୬ଜଣ ଲକ୍ଷଣଯୁକ୍ତ ବ୍ୟକ୍ତି ଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି । ଅଧିକ ସ୍ୱାବ୍ ଟେଷ୍ଟ ହେଉନଥିବାରୁ ଲକ୍ଷଣଯୁକ୍ତ ଓ କଣ୍ଟାକ୍ଟ ଲିଷ୍ଟ୍ରେ ଥିବା ବ୍ୟକ୍ତିମାନଙ୍କ ସଂପର୍କରେ ସଂପୂର୍ଣ୍ଣତଥ୍ୟ ମିଳିପାରୁନାହିଁ । ଜଳେଶ୍ୱରରେ ସ୍ୱାବ ଟେଷ୍ଟ ଅଧିକ କରାଯିବାକୁ ଦାବି ହେଉଛି ।