କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟର ନିରାମୟ କେନ୍ଦ୍ରର ଜଣେ କର୍ମଚାରୀ ଙ୍କର ଶନିବାର କରୋନା ପଜିଟିଭ ବାହାରିଥିବା ଜଣା ପଡିଛି । ଏହି କର୍ମଚାରୀ ଜଣକ ଗତ ଦୁଇ ଦିନ ହେଲା ନିଜ ଘରେ ଅସୁସ୍ଥ ହୋଇ ରହିଥିଲେ । ଗତକାଲି ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ଯାଇଥିଲା । ପରୀକ୍ଷାରୁ ସେ ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଛତାସ୍ଥିତ କୋଭି- ହସପିଟାଲକୁ ପଠା ଯାଇଥିବାର ଜଣା ପଡିଛି । ତେବେ ମୁଖ୍ୟ ଚିକିତ୍ସ୍ୟା ଳୟରେ ଜଣେ କର୍ମଚାରୀ ସଂକ୍ରମିତ ହେବା ଜଣା ପଡିବା ପରେ ତାଙ୍କ ଠାରୁ ଔଷଧ ନେଇଥିବା ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ମାନେ ଭୟଭୀତ ହୋଇଥିବା ଜଣାପଡିଛି ।