Odisha news

କରୋନା ସଂକ୍ରମଣକୁ ନେଇ ଓଡିଶୋ ପଞ୍ଚାୟତର ୪ଟି ୱାର୍ଡ ଓ ପଳାଶୋଳ ଗ୍ରାମ ସଟ ଡାଉନ

0

ଜଗତସିଂହପୁର୨୩/୭(ସବ୍ୟୁ):ଜଗତସିଂହପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଧୀରେ ଧୀରେ ବଢି ବଢି ଚାଲିଛି ।ପାରାଦ୍ୱୀପର ଆଇଓସିଏଲ କର୍ମଚାରୀ ଓ ଶ୍ରମିକ,ବାଲିକୁଦା ଅଞ୍ଚଳର ଜଣେ ମିଶ୍ଚର ବ୍ୟବସାୟୀ,ସଦର ସ୍ଥିତ ସନ କ୍ଲିନକକୁ ଆସିଥିବା ରୋଗୀ,ପଳାଶୋଳ ଗ୍ରାମର ଆଶା କର୍ମୀ ଓ ତାଙ୍କ ପରିବାର କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ବଢିଛି ଚିନ୍ତା ।ସ୍ଥାନୀୟ ସଂକ୍ରମଣ କିଭଳି ଭାବରେ ନ ବ୍ୟାପିବ ତାହାକୁ ରୋକିବାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି ।ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ,ସମସ୍ତ ବ୍ଲକର ବିଡିଓ,ଜଗତସିଂହପୁର ଓ ପାରାଦ୍ୱୀପର ପୌର ନିର୍ବାହୀ ଅଧିକାରୀମାନଙ୍କ ସହିତ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରତ୍ୟେକ ଦିନ ବିଭିନ୍ନ ସମୟରେ ଆଲୋଚନା କରି କିଭଳି ଭାବରେ ଜିଲ୍ଲାରେ କୋଭିଡ ମୁକାବିଲା କରାଯିବା ସହିତ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ସେ ବାବଦରେ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ।

ଆଜି ଜଗତସିଂହପୁର ଜିଲ୍ଲାରେ ଜଗତସିଂହପୁର,ରଘୁନାଥପୁର,କୁଜଙ୍ଗ ଓ ନାଉଗାଁରେ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୬୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଏହା ସହିତ ଜିଲ୍ଲାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ଆକ୍ଟିଭ କରୋନା ପଜିଟିଭ ବ୍ୟକ୍ତି ପାରାଦ୍ୱୀପ କୋଭିଡ ଓ କିମସରେ ଚିକିସôିତ ହେଉଛନ୍ତି ।ଜଗତସିଂହପୁର ବ୍ଲକର ଓଡିଶୋ ପଞ୍ଚାୟତରେ ଅଧିକ କରୋନା ପଜିଟିଭ ସଂଖ୍ୟା ବଢିବାରୁ ସଂପୃକ୍ତ ପଞ୍ଚାୟତର ୧୧,୧୨,୧୩,୧୪ ନମ୍ବର ୱାର୍ଡକୁ ସରପଞ୍ଚ ୨୩ ତାରିଖ ଅପରାହ୍ନ ୨ଟା ଠାରୁ ୨୫ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି ।ସେହିପରି ପଳାଶୋଳ ଗ୍ରାମରେ ଜଣେ ଆଶା କର୍ମୀ,ତାଙ୍କ ସ୍ୱାମୀ ଓ ଜଣେ ସଂପର୍କୀୟଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ପଳାଶୋଳ ଗ୍ରାମକୁ ମଧ୍ୟ ୨୩ ତାରିଖ ଅପରାହ୍ନ ୨ଟା ଠାରୁ ୨୫ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି ।

Leave A Reply