Odisha news

ବେତନଟୀ : କଳମା ଓ ଚୁଆପଦାରୁ ପୁଣି ତିନି ଜଣ କରୋନା ପଜିଟିଭ

0

ବେତନଟୀ  : ବେତନଟୀ ବ୍ଲକରେ ପୁଣି ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନି ଜଣ ଯାକ ସଂକ୍ରମିତ ପୁରୁଷ ବୋଲି ଜଣା ପଡିଛି । କଳମାର ଜଣେ ୩୮ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୩୫ ବର୍ଷ ପୁରୁଶ ସଂକ୍ରମିତ ହୋଇ ଥିବାର ଜଣା ପଡିଛି । ସେହିପରି ଚୁଆପଦାର ଜଣେ ୩୦ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି । କଳମାରେ ଗତକାଲି ବାହାରି ଥିବା ଦୁଇ ଜଣ ପୋଜିଟିଭ କେସ ପୂର୍ବରୁ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଥିଲେ ବୋଲି ଜଣା ପଡିଛି । ସେହି ପରି ସଥି ମଧ୍ୟରୁ ଜଣେ ପୂର୍ବରୁ ଜଣେ ସଂକ୍ରମିତଙ୍କ ସମ୍ପର୍କୀୟ ହୋଇ ଥିବା ବେଳେ ଅନ୍ୟ ଜଣେ ଉକ୍ତ ରୋଗୀକୁ ଛର କରି ଥିବା ବ୍ୟକ୍ତି ବୋଲି ଜଣା ପଡିଛି ।

ତେବେ ଛର କରି ଥିବା ବାରିକ ଜଣକ କେତେଜଣଙ୍କୁ ଛର କରିଛି ତାହା ଏବେ ଚିନ୍ତାରେ ବିଷୟ ହେଲାଣି । ବୈଶିଙ୍ଗା ଥାନା ଅଧୀନ ଚୁଆପଦାରୁ ବାହାରି ଥିବା ଜଣେ ରୋଗୀ ମଧ୍ୟ ସ୍ଥାନୀୟ ସଂକ୍ରମଣ ବୋଲି ଜଣା ପଡିଛି । ତେବେ ବେତନଟୀରେ ଚିହ୍ନଟ କରୋନା ପଜିଟିଭ ମାମଲା ଗୁଡିକୁ ଅନୁଧ୍ୟାନ କଲେ ଜଣା ପଡେ ଯେ ପୂର୍ବରୁ ବେତନଟୀ ବ୍ଲକର ଲୋକ ଅନ୍ୟତ୍ର ରହି ଥିବା ବେଳେ ସେଠାରେ ସଂକ୍ରମିତ ହୋଇଛନ୍ତି ବୋଲି ଖବର ଆସୁ ଥିଲା । ପରେ ବେତନଟୀ ବ୍ଲକର ଲୋକ ବାହାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହି ଥିବା ବେଳେ ନମୁନା ସଂଗୃହୀତ ହୋଇ ଥିଲା ଓ ସେଥିରୁ ପଜିଟିଭ ବାହାରିବାର ଖବର ଆସୁ ଥିଲା । ହେଲେ ଏବେ ସ୍ଥାନୀୟ ସଂକ୍ରମଣ ମାମଲା ସବୁ ପଦାକୁ ଆସିବା ପ୍ରଶାସନକୁ ବିବ୍ରତ କରିଛି । ଏବେ କରୋନା ମହାମାରୀ ସଙ୍ଗରୋଧ କେନ୍ଦ୍ରକୁ ସୀମିତ ନରହି ବାହାରେ ବୁଲିଲାଣି ବୋଲି ମତ ପ୍ରକାଶ ପାଉଛି ।

Nalco
Leave A Reply