Odisha news

ଫୁଲବାଣୀ : ୨ ଜବାନ ଓ ଜଣେ ଏ.ଏନ.ଏମଙ୍କ ସମେତ ୭ କରୋନା ସଂକ୍ରମିତ ଚିହ୍ନଟ, କନ୍ଧମାଳରେ କରୋନା ସଂଖ୍ୟା ୨ ଶହ ଟପିଲା

0

ଫୁଲବାଣୀ : କନ୍ଧମାଳ ଜିଲ୍ଲାରୁ ପୁଣି ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ ୨ ଜଣ କରୋନା ଯୋଦ୍ଧା ଥିବା ବେଳେ ଜଣେ ସିଆରପିଏଫ ଜବାନ ରହିଛନ୍ତି । ଏହା ଛଡା ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହ ୩ ଜଣ କ୍ୱାରେଂଟାଇନରେ ଥିବା ୩ ଜଣ ବ୍ୟକ୍ତି ଅଛନ୍ତି । ସଂକ୍ରମିତ ଦୁଇ କରୋନା ଯୋଦ୍ଧା ହେଲେ ରାଇକିଆ ଥାନାର ଜଣେ ଏଏସଆଇ ଓ ତୁମୁଡିବନ୍ଧ ଅଂଚଳର ଜଣେ ଏଏନଏମ । ଏଏସଆଇ ଜଣକ ଗଞ୍ଜାମ ଜିଲ୍ଲାକୁ ଡ୍ୟୁଟିରେ ଯାଇ ଗତ ଜୁନ ୨୮ ତାରିଖରେ ଫେରିଥିଲେ ।

ପରେ ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ଗତ ୭ ତାରିଖରେ ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ପଠା ଯାଇଥିଲା । ଗତକାଲି ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି ଏଏନଏମ ଜଣକ ସ୍ୱାବ୍ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲେ । ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସ୍ୱାବ୍ ସଂଗ୍ରହ କରାଯାଇଥିଲା ଓ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି ସିଆରପିଏ ଜବାନ ଜଣକ ବାଲିଗୁଡା ସିରଆରପିଏଫ କ୍ୟାମ୍ପରୁ ଚିହ୍ନଟ ହୋଇଛନ୍ତି । ସେହିପରି ୩ ଜଣ ରାଇକିଆ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।

ସେମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଚିହ୍ନଟ ହୋଇଥିବା ସ୍ଥାନୀୟ ବ୍ୟକ୍ତି ଜଣକ ଜି ଉଦୟଗିରିରୁ ଚିହ୍ନଟ ହୋଇଛନ୍ତି । ସେ କିଛି ଦିନ ତଳେ ଗଞ୍ଜାମରୁ ଫେରିଥିବା ବେଳେ ତାଙ୍କର ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଥିଲା ଯାହା ଗତକାଲି ରିପୋର୍ଟ ପଜିଟିଭ୍ ଆସିଛି । ସମସ୍ତ ଚିହ୍ନଟ ସଂକ୍ରମିତଙ୍କୁ ଫୁଲବାଣୀ କୋଭିଡ୍ ହସ୍ପିଟାଲକୁ ଫଟା ଯାଇଛି । ଏହି ୭ ଚିହ୍ନଟ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୨୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୧ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ବର୍ମାନ ୧୫ ଜଣ ସଂକ୍ରମିତ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଜି ଉଦୟଗିରି ଅଂଚଳରୁ ସ୍ଥାନୀୟ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ବାହାରିବା ପରେ ଜିଲ୍ଲା ପ୍ରଶାସନ ସେହି ଅଂଚଳର କିଛି ଅଂଶକୁ କଣ୍ଟେନମେଣ୍ଟ ଘୋଷଣା କରିଛି । ସେହିପରି ରାଇକିଆ ଥାନାର ଏଏସଆଇ ସଂକ୍ରମିତ ଚିହ୍ନଟ ହେବା ପରେ ଥାନାକୁ ସାନିଟାଇଜ କରାଯାଇଛି । ଏଥି ସହ ଥାନାର ୨୫ ଜଣ ଷ୍ଟାଫଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କର ନେଗେଟିଭ୍ ଆସିଥିବା ଜି ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି । ଏଥି ସହ ଉକ୍ତ ଥାନାରେ କାର୍ଯ୍ୟରତ ୨୭ ଜଣ ହୋମ୍ ଗାର୍ଡଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିବା ଜଣା ପଡିଛି ।

Har Ghar Tiranga

Leave A Reply