Odisha news

ବାଲିପଦର ରେ କରୋନା ନେଲା ଆଉଏକ ମୁଣ୍ଡ ; ବିଶିଷ୍ଟ ଯୁବ ସମାଜସେବୀ ଔଷଧ ବ୍ୟବସାୟୀ ଜି.ପ୍ରତାପ କୁମାର ପାତ୍ରଙ୍କ କରୋନାରେ ମୃତ

0
ବୁଗୁଡା ୧୪/୭ ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାମନାଥ ପାତ୍ର ଏଣ୍ଡ ସନସ(ମେଡ଼ିକାଲ ଷ୍ଟୋର ) ର ପ୍ରୋପାଇଟର ଯୁବ ବ୍ୟବସାୟୀ ଜି.ପ୍ରତାପ କୁମାର ପାତ୍ର ( ୩୯ ) କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୧୪ ତାରିଖରେ ପ୍ରାଣ ହରାଇଥିବା ଜଣାପଡିଛି। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଜଣେ ଅତି ଖ୍ୟାତି ସମ୍ପନ୍ନ ଯୁବ ସମାଜସେବୀ ପ୍ରତାପ ବାବୁଙ୍କ ଦେହାନ୍ତ ଅଞ୍ଚଳ ପାଇଁ ଏକ ଅପୁରାଣୀୟ କ୍ଷତି ବୋଲି ୍ର ପ୍ରକାଶ କରିଛନ୍ତି। ସ୍ବର୍ଗତ ପ୍ରତାପ ବାବୁ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିବା ବେଳେ ବାଲିପଦରର ସମସ୍ତ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ। ବାଲିପଦର ମହୋତ୍ସବ କମିଟିର ସେ ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ।
Nalco
Leave A Reply