ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରେ ୧୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କରୋନା ସଂଖ୍ୟା ୩୫୩କୁ ଛୁଇଁଛି । ସୋମବାର ମୋଟ୍ ୧୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ମୋରଡା ବ୍ଲକରୁ ୩ଜଣ, ବହଳଦା ବ୍ଲକରୁ ୨ଜଣ ଓ ରାସଗୋବିନ୍ଦପୁର ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ର ଓ ହୋମ୍ କ୍ୱାରେଣ୍ଟାନ୍ରେ ରହୁଥିବା ୭ଜଣ କରୋନା ଆକ୍ରାନ୍ତ ବାରିପଦା ପୌରାଞ୍ଚଳ ଓ ରାସଗୋବିନ୍ଦପୁର ବ୍ଲକରୁ ଜଣେ ଲେଖାଏଁ, ଉଦଳା ବ୍ଲକରୁ ୩ଜଣ ଏବଂ ବହଳଦା ବ୍ଲକରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁ ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୩୫୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୩ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।
