Odisha news

ନୂଆପଡା : ପୁଣି ପାଞ୍ଚ କରୋନା ଚିନ୍ହଟ ; ଜିଲ୍ଲାରେ ନୂତନ ୫ ପୋଜିଟିଭ କୁ ମିଶାଇ ମୋଟ ୯୧ ଜଣ ପୋଜିଟିଭ ଚିହ୍ନଟ

0
ନୂଆପଡା- ୧୩/୭ ନୂଆପଡା ଜିଲ୍ଲାରେ ଆଜି ପୁଣି ନୂତନ ପାଞ୍ଚ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ନୂତନ ୫ ପୋଜିଟିଭ କୁ ମିଶାଇ ମୋଟ ୯୧ ଜଣ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ବୋଡେ଼ନ ବ୍ଲକର  ପଲସଦା ବୋଦଲାପଡା ର ୩ ଜଣ ମା, ସମେତ ପାଞ୍ଚ ବର୍ଷର ପୁଅ ଏବଂ ତିନି ବର୍ଷର ଝିଅ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ତେଲେଙ୍ଗାନ ଫେରନ୍ତା। ସେହିପରି ସିନାପାଲି ବ୍ଲକର ଯବାନ କଲିକତା ଫେରନ୍ତା।
ସେ କଲିକତାରୁ ଫେରି କୋଭିଡ-୧୯ର ଆଇନକୁ ଉଲଂଘନ କରି ଅନେକ ଲୋକସାଙ୍ଗରେ ମିଳାମିଶା କରିଥିବା ଜଣାପଡ଼ିଛି। କ୍ବରେଂଣ୍ଟାଇନ ରେ ରହିବା ବଦଳରେ ମିଳାମିଶା କରିଥିବା  ଜଣାପଡେ।ସେହିପରି ଭାଳେଶ୍ଵରରୁ ଜଣେ ମହିଳା ତାମିଲନାଡୁ ରୁ ଫେରିଥିଲେ। ଏହି ପାଞ୍ଚ ଜଣ ପୋଜିଟିଭଙ୍କୁ ନୂଆପଡା ଜିଲ୍ଲା କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା କୋଭିଡ ଦାୟିତ୍ବ ଥିବା ଡାକ୍ତର ରାଧାରାମଣ ବିଷ୍ଟିଆ ପ୍ରକାଶ କରିଛନ୍ତି। ଜିଲ୍ଲାର ପ୍ରଥମ କମ ବୟସ୍କ ନାବାଳିକା  କରୋନା ପୋଜିଟିଭ ଚିହ୍ନଟ। ଏହା ପୂର୍ବରୁ ଚାରି ବର୍ଷର ଶିଶୁ ପୋଜିଟିଭ ହୋଇ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛିନ୍ତି। ଆଜି ୩ବର୍ଷର ନାବାଳିକା ପୋଜିଟିଭ ଚିହ୍ନଟ।
Nalco
Leave A Reply