ବେତନଟୀ : ସଂପ୍ରତି କରୋନା ମହାମାରୀରେ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡିଛି । ଏହି ସମୟରେ କିଏ ପୌରାଣିକ ତଥ୍ୟ, କିଏ ଚରକ ଶୁଶ୍ରୁତଙ୍କ ପାଞ୍ଜି, କିଏ ମାଳକା ବଚନ, କିଏ ପୁଣି ଆର୍ୟୁବେଦୀୟ ଗବେଷଣାରେ ଲାଗି ପଡିଛନ୍ତି । ଗ୍ରାମୀଣ ବୈଦ୍ୟ ମାନେ ମଧ୍ୟ କରୋନା ଭଲ କରି ଦେବେ ବୋଲି ଦାବି କରୁଛନ୍ତି । କିନ୍ତୁ ପ୍ରକୃତରେ ଅନୁସନ୍ଧାନ, ଗବେଷଣା ନହୋଇ କୌଣସି ନିର୍ଣ୍ଣୟ ନେବା ଭେଷଜ ବିଜ୍ଞାନ ପାଇଁ କାଠିକାର ପାଠ ହୋଇ ପଡିଛି ।
ଯେହେତୁ କରୋନାର ମୁଖ୍ୟ ମୂଳଦୁଆ ଥଣ୍ଡା, କାଶ, ଛିଙ୍କ ଇତ୍ୟାଦିରୁ ରହୁଛି, ତେଣୁ ଆର୍ୟୁବେଦ ପ୍ରଣାଳୀରେ ଏହି ରୋଗର ଚିକିସôା ପ୍ରଣାଳୀରେ ବ୍ୟବହୃତ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ, ଫୁଲ, କୀଟ ଇତ୍ୟାଦି ସମ୍ମୁଖକୁ ଆସୁଛି । ତେବେ ପ୍ରାକୃତିକ ଔଷଧର ଗନ୍ତାଘର ଭାବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅନ୍ୟତମ । ଏଠାରେ ହଜାର ହଜାର ପ୍ରକାରର ଔଷଧୀୟ ଜଡିବୁଟି ରହିଛି ଯାହା କି ଆବହମାନ କାଳରୁ ଏହି ଜିଲ୍ଲାର ଆଦିବାସୀ, ଅଧୀବାସୀ ଓ ଜନ ସାଧାରଣଙ୍କ ବ୍ୟବହାରରେ ଆସୁଛି । ଏଥିରେ ଏମାନେ ସଫଳ ଚିକିସôା ମଧ୍ୟ ପାଇ ପାରୁଛନ୍ତି । ତେବେ ଏବେ ସମୟ ଆସିଛି ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ଲାଇଭ ସାଇନସ (ଆଇଏଲଏସ) ମୟୂରଭଞ୍ଜର ଆର୍ୟୁବେଦ ଉପରେ ଗବେଷଣା କରିବ ବୋଲି ସୂଚନା ମିଳିଛି ।
ଏହାକୁ ନେଇ ଆଇଏଲଏସର ଏକ ଦଳ ମୟୂରଭଞ୍ଜକୁ ଆସି ଏଠାରୁ ବିଭିନ୍ନ ନମୁନା ସଂଗ୍ରହ କରି ସେସବୁ ଉପରେ ରିସର୍ଚ୍ଚ କରିବେ ବୋଲି ସୂଚନା ମିଳିଛି । ଏହି ସାମ୍ଭବ୍ୟ ଆର୍ୟୁବେଦର ପ୍ରମୁଖ ରହସ୍ୟ କାଈ ପିମ୍ପୁଡି (ରେଡ ଆଣ୍ଟ)ରେ ମଧ୍ୟ ମହଜୁଦ ରହି ଥିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ପାରିବ ନାହିଁ । ଉଦଳାର ସହକାରୀ ଯନ୍ତ୍ରୀ ନୟାଧର ପଡିଆଲ କାଇ ପିମ୍ପୁଡିରେ ଥଣ୍ଡା, କାଶ, ଛିଙ୍କ ଓ ନିମୋନିଆ ରୋଗ ଭଲ କରିବାର ଯଥେଷ୍ଟ ପ୍ରତିଷେଧକ ଧାରଣ କରୁଛି ଓ ଏହା ମୟୂରଭଞ୍ଜର ଗ୍ରାମୀଣ ଲୋକଙ୍କ ଦ୍ୱାରା ପ୍ରମାଣିତ ବୋଲି ଦାବି କରି ଭାରତର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ୮ ଜଣ ମୁଖ୍ୟମନ୍ତ୍ରୀ, ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ସହିତ ବିଭିନ୍ନ ପଦାଧିକାରୀ ମାନଙ୍କୁ ପତ୍ର ଲେଖି ଏବାବଦରେ ଅବଗତ କରି ଥିଲେ । ମୟୂରଭଞ୍ଜକୁ ଆସି ଗବେଷଣା କରିବା ବାବଦରେ ଆଇଏଲଏସର ନିଦେ୍ର୍ଦଶକ ଡା. ଅଜୟ କୁମାର ପରିଡାଙ୍କ ସହିତ ଯୋଗାଯୋଗ କରିବା ପରେ କରୋନା ପ୍ରତିବନ୍ଧକ ସାଧାରଣ ହେବା ପରେ ଏହି ଗବେଷଣା ହେବ ବୋଲି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମୟୂରଭଞ୍ଜକୁ ଆସି ଶିମିଳିପାଳ ଉପରେ ରିସର୍ଚ୍ଚ କରା ଗଲେ ଏବାବଦରେ ବିସ୍ତୁତ ଭାବେ ଅବଗତ କରା ଯିବ ବୋଲି କହିଛନ୍ତି ।