Odisha news

ଅନୁଗୁଳରୁ ପୁଣି ୧୦ ଜଣ କରୋନା ଆକାନ୍ତ ଚିହ୍ନଟ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୦୬ରେ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ବ୍ଲକର ଏକ ଶିଳ୍ପ ସଂସ୍ଥା ଅଚଂଳରୁ ଆଜି ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୬ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ଜଣେ ମହିଳା । ଏହି ୫ ଜଣ ଆକ୍ରାନ୍ତ ପୁରୁଷଙ୍କ ବୟସ ଯଥାକ୍ରମେ ୫୮, ୩୬, ୫୫, ୫୯ ଓ ୫୫ ଥିବାସ୍ଥଳେ ମହମିଳା ଆକ୍ରାନ୍ତଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି । କିଶୋରନଗର ବ୍ଲକ ଅଚଂଳର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ୨ ଜଣ ପୁରୁଷ ଯାହାଙ୍କର ବୟସ ୨୫ ଓ ୪୪ ହୋଇଥିବା ବେଳେ ସ୍ଥାନୀୟ ଅଚଂଳର ଜଣେ ଆକ୍ରାନ୍ତ ୩୬ ବର୍ଷୀୟ ପୁରୁଷ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଣିହାଁସ୍ଥିତ ଶିଳ୍ପାଚଂଳରୁ ଜଣେ ୭୬ ବର୍ଷୀୟ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ନମୁନା ଆଜି ପଜିଟିଭ୍ ଜଣାପଡିବା ପରେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଏହି ୧୦ ଜଣକୁ ମିଶାଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୧୦୬ରେ ପହଁଚିଛି । ଏହାଛଡା ଗତ କାଲି ୬ ଜଣ ସୁସ୍ଥ ହୋଇ କୋଭିଡ୍ କେୟାର ସେଟଂରକୁ ନିରୀକ୍ଷଣ ନିମନ୍ତେ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ୫୪ ସୁସ୍ଥଙ୍କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୬୦ରେ ପହଁଚିଛି ।

Leave A Reply

Your email address will not be published.