Odisha news

ଅନୁଗୁଳରୁ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ : ପଜିଟିଭ୍ ସଂଖ୍ୟା ୭୨ରେ ପହଁଚିଲା

0

ଅନୁଗୁଳ: ତାଳଚେର ବ୍ଲକ ଅଚଂଳରେ ଆଜି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୬ ବର୍ଷୀୟ ଏହି ମହିଳା ମହାରାଷ୍ଟ୍ରରୁ ଫେରି ନିଜ ଘରେ ହୋମ କ୍ୱାରେଟାଂଇନରେ ଥିଲେ । ତାଙ୍କର କରୋନା ଲକ୍ଷଣ ଥାଇ ସ୍ୱାବ୍ ନମୁନା ପରୀକ୍ଷାରୁ ପଜିଟିଭ୍ ଜଣାପଡିବା ପରେ ଆଜି ତାଙ୍କୁ ତାଳଚେର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏଥି ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨ରେ ପହଁଚିଲା ।

Leave A Reply

Your email address will not be published.