Odisha news

ବୁଗୁଡା ସ୍ଥିତି ବିଗୁଡୁଛି : ପଜେଟିଭ୍ ସଂଖ୍ୟା ୧୫ରେ ପହଞ୍ଚିଲା

0

ବୁଗୁଡ଼ା :-୨/୭ ଦିନକୁ ଦିନ ବୁଗୁଡ଼ା ଏନ୍ ଏ ସି ର ସ୍ଥିତି ବିଗୁଡୁଛି, ଗତ ଜୁନ ମାସରେ ହିଁ ୧୪ ଜଣ ପଜେଟିଭ୍ ବିଭିନ୍ନ ୱାର୍ଡ଼ରୁ ଚିହ୍ନଟ ହେବା ବେଳେ ଜୁଲାଇ ପ୍ରାରମ୍ଭରୁ ଜନୈକ ବ୍ଲକ୍ କର୍ମଚାରୀଙ୍କୁ ପଜେଟିଭ୍ ଚିହ୍ନଟ କରାଯାଇଛି।

ଏଥି ମଧ୍ୟରୁ କେବଳ ୧୩ ଜଣ ବିଭିନ୍ନ ସରକାରୀ କର୍ମଚାରୀ ହୋଇଥିଲା ବେଳେ ଅନ୍ୟ ଦୁଇ ଜଣ ସାଧାରଣ ଶ୍ରେଣୀର ବୋଲି ଜଣାପଡ଼ିଛି, ଇତି ମଧ୍ୟରେ ଏହି ପଜେଟିଭ୍ ରୋଗୀଙ୍କ ଯୋଗୁଁ ଏଠାକାର ପାଥୋଲାବ୍ ସିଲ୍ ହେବା ସହ ଲାବ୍ ମାଲିକ ଦ୍ୱୟଙ୍କୁ ମଧ୍ଯ କ୍ୱାରେଣ୍ଟାଇନ୍ କରିବା ସହିତ ଜନୈକ ଡାକ୍ତରୀଣୀ ଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡିଥିଲା

ତେବେ ଏନ୍ ଏ ସି ଅପେକ୍ଷା ସମଗ୍ର ବ୍ଲକ୍ ର ସ୍ଥିତି ମଧ୍ୟ ଚିନ୍ତା ଜନକ ହୋଇ ପଡିଛି, ପ୍ରାୟ ଅର୍ଦ୍ଧାଶତାଧିକ ପଜେଟିଭ୍ କେଶ୍ ଯୋଗୁଁ ଲୋକେ ଭୟଭୀତ ହୋଇପଡିଛନ୍ତି। ତେବେ ସୈଭାଗ୍ୟ ବଶତଃ ଅଧିକାଂଶ ରୋଗୀ ପରବର୍ତ୍ତୀ କାଳରେ ନେଗେଟିଭ୍ ଘୋଷିତ ହୋଇଛନ୍ତି

Nalco
Leave A Reply