ଖୋର୍ଦ୍ଧା : ମହାମାରୀ କରୋନାକୁ ମୁକାବିଲା କରିବାରେ ଯେଉଁ ଯୋଦ୍ଧାମାନେ ତୃଣମୂଳସ୍ତରରେ ନିଜକୁ ଜୀବନକୁ ବାଜି ଲଗାଇ ନିଜର ସେବାକୁ ବ୍ରତଭାବେ ଧରି ନେଇଛନ୍ତି ବାସ୍ତବିକ ସେମାନେ ପ୍ରଂଶସନୀୟ । ସେ ଆଶା କର୍ମୀ ହେଉ ବା ଅଙ୍ଗନୱାଡ଼ି କର୍ମୀ ହେଉ ଅଥବା ସ୍ୱାସ୍ଥ୍ୟ କର୍ମୀ ହୁଅନ୍ତୁ ଏପରିକି ସଫେଇ କର୍ମ·ରୀମାନେ ମଧ୍ୟ କରୋନା ଯୁଦ୍ଧରେ ପ୍ରକୃତ ଯୋଦ୍ଧା ଭାବରେ ଅବତିର୍ଣ୍ଣ ହୋଇଛନ୍ତି ।
ଏହି ମର୍ମରେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ, ବିଜେପି ତରଫରୁ ପଲ୍ଲାତୋଟାପଡ଼ା ଗ୍ରାମପଂଚାୟତର କୋଣାର୍କ ନଗର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅଙ୍ଗନୱାଡ଼ି କର୍ମି, ଆଶା କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏମାନଙ୍କର ନିଃସ୍ୱାର୍ଥପର ଓ ନୀରବିଚ୍ଛିନ୍ନ ସେବା ପାଇଁ ଉପଢୋ÷କନ, ସାନିଟାଇଜର ଓ କୃତଜ୍ଞତା ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଜେପିର ମଧ୍ୟଖୋର୍ଦ୍ଧା ମଣ୍ଡଳ ସଭାପତି ମାନସ ରଂଜନ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟ ଯୋଗ ଦେଇ ଯୋଦ୍ଧାମାନଙ୍କୁ ଉପଢୋକନ ଓ କୃତଜ୍ଞତାପତ୍ର ପ୍ରଦାନ କରିଥିଲେ । ବିଜେପି କୃଷକ ମୋର୍ଚ୍ଚା, ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜଙ୍କ ଉପସ୍ଥିତିରେ ମଣ୍ଡଳ ସାଧାରଣ ସମ୍ପାଦକ ରଂଜନ ବରାଳ, ଯୁବନେତା ବିଶ୍ୱଭୂଷଣ ପଟ୍ଟନାୟକ, ଈଶ୍ୱର ବରାଳ, ଅଭିଜିତ ପଟ୍ଟନାୟକ, ବୈଷ୍ଣବୀ ମହାପାତ୍ର, ସତ୍ୟଜିତ ସାହୁ ଓ ସ୍ଥାନୀୟ ବୁଥ ସଭାପତି ଶଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।