Odisha news

ପୁରୀ ଜିଲ୍ଲାରେ ୧୦ ନୂଆ କୋଭିଡ ପଜିଟିଭ ଚିହ୍ନଟ

0

ପୁରୀ :ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛିି  । ଜିଲ୍ଲାରେ ଅଦ୍ୟାବଧି ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି । ପ୍ରଥମେ ପିପିଲି ବ୍ଲକର ଦାନଗୋହିରୀଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ଦେଖା ଦେଇଥିଲା । ଚିକିସôା ପରେ ସେ ସୁସ୍ଥ ହୋଇଛନ୍ତି ।

ଗତ ୭ତାରିଖରେ ୨ଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ହେବାରୁ ସମୁଦ୍ରକୂଳ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଗୁରୁବାର ରାତିରେ କଣାସ ଅଞ୍ଚଳର ୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିସôା ପାଇଁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି ଓ ସେମାନେ ସମସ୍ତେ  ସୁସ୍ଥ ଥିବା ଜିଲ୍ଲାପାଳ ବଲୱନ୍ତ ସିଂ ଏକ ଭିଡିଓ ବାର୍ତ୍ତାରେ  ସୂଚନା ଦେଇଛନ୍ତି ।

Har Ghar Tiranga

Leave A Reply