ଭୁବନେଶ୍ୱର: ଆଜି ରାଜ୍ୟର ୧୪ଟି ଜିଲ୍ଲାରୁ ୧୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
H & FW Dept Odisha✔@HFWOdisha
Another 125 #COVID19 patients have recovered and are being discharged on 23.6.2020.
33 from Khurdha
17 from Puri
14 from Cuttack
13 from Mayurbhanj
10 from Ganjam
9 from Keonjhar
8 from Jajpur
6 from Nuapada
4 each from Kendrapara & Jagatsinghpur
3 from Sundargarh
(1/2)
2 from Bolangir
1 each from Kandhamal & MalkangiriThe total recovered cases of #Odisha now stand at 3988.
(2/2)
ସେହିପରି ପୁରୀ ଜିଲ୍ଲାରୁ ୧୭ ଜଣ ରୋଗୀ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୪ ଜଣ, ମୟୂରଭଂଜ ଜିଲ୍ଲାରୁ ୧୩ ଜଣ, ଗଂଜାମ ଜିଲ୍ଲାରୁ ୧୦ ଜଣ, କେନ୍ଦୁଝର ଜିଲ୍ଲାରୁ ୯ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ନୂଆପଡ଼ା, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ବଲାଙ୍ଗୀର ଜିଲ୍ଲାରୁ ୨ ଜଣ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରୁ ମୋଟ ୩ ହଜାର ୯୮୮ ଜଣ ବ୍ୟକ୍ତି ଏଯାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।