Odisha news

ଏକର କଏର ଜମିର ମକା ଖାଇଗଲେ ମହିଷୀ : ଚାଷୀ ଥାନାର ଦ୍ୱାରସ୍ଥ

0

ବାସୁଦେବପୁର,୧୫/୫ :  ବାସୁଦେବପୁର ବ୍ଲକର ଚୂଡାମଣୀ ପଞ୍ଚାୟତର ସଫଳ ଚାଷୀ ଶଙ୍କର୍ଷଣ ମଲ୍ଲିକଙ୍କ ଏକର ଏକର ମକା ଚାଷ ଜମିରେ ମହିଷୀ ଖାଇଯିବାରୁ ନିରାଶ ହୋଇ ଚୂଡାମଣୀ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶଙ୍କର୍ଷଣ ମଲ୍ଲିକ ମରୁଭୂମିରେ ସୁନାର ଫସଲ ଫଳାଇ ଚମକିାରିତା ଦେଖାଇ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ପୁରସ୍କୃତ ହୋଇଛନ୍ତି । ବାସୁଦେବପୁର ପୌରପାଳିକା ଭୈରବପୁର ପୋଲ ନିକଟସ୍ଥ ଶଙ୍କ ର୍ଷଣ ମଲ୍ଲିକଙ୍କ ଫାର୍ମ ହାଉସ ରହିଛି । ନିଛାଟିଆ ସ୍ଥାନରେ ଫଳାଇଛନ୍ତି ସୁନାର ଫସଲ । ପ୍ରତିବର୍ଷ ପରି ଚଳିତ ବର୍ଷ ଦୁଇ ଏକରରୁ ଉର୍ଦ୍ଧ୍ୱର୍ ଜମିରେ ମକା ଚାଷ କରିଥିଲେ । ଫାର୍ମ ହାଉସରେ ଲୋକ ନଥିବା ବେଳେ କିଛି ଲୋକ ମହିଷୀ ଛାଡି ମକା ଖୁଆଇ ଦେଇଛନ୍ତି । ଫଳରେ ଚାଷୀ ଶଙ୍କର୍ଷଣ ମୁଣ୍ଡରେ ହାତ ଦେଇ ବସିଛି । ଏସମ୍ପର୍କରେ ବାସୁଦେବପୁର ଥାନା ଓ ପରେ ଚୂଡାମଣୀ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଚୂଡାମଣୀ ସାମୁଦ୍ରକି ଥାନା ଶଙ୍କର୍ଷଣଙ୍କ ଏତାଲା ରଖି ହାତବାନ୍ଧି ବସିପଡିଛନ୍ତି । ଲକ୍ଷାଧିକ ଟଙ୍କାର ମକା ପାଇବାର ଅଶା ବାନ୍ଧି ବସିଥିବା ଚାଷୀ ଶଙ୍କର୍ଷଣ ଏବେ ହାତ ଖାଲିକରି ବସିଛି । ନ୍ୟାୟ ମିଳିବ ନା ପୋଲିସ ବାବୁଙ୍କ ଅଭିଯୋଗ ଡାଇରୀ ମଧ୍ୟରେ ମାମଲା ଚାପି ହୋଇଯିବ ଦେଖିବାକୁ ବାକି ରହିଲା ।

Nalco
Leave A Reply