Odisha news

କଂଗ୍ରେସ ପକ୍ଷରୁ ବନ୍ଯା ବିପନ୍ନ ପରିବାରକୁ ରିଲିଫ୍ ପ୍ରଦାନ

0

ଡେଲାଙ୍ଗ-ଡେଲାଙ୍ଗ ବ୍ଲକରେ ୧୨ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରିବାରୁ ହଜାର ହଜାର ଲୋକ ପାଣି ଘେରରେ ନାହିଁନଥିବା ଅସୁବିଧାର ସମ୍ମୁଖୀନରେ ଚଳପ୍ରଚଳ କରୁଛିନ୍ତ।କେତେକ ଅଂଚଳର ଲୋକମାନେ ଅତି ଦୁର୍ଦ୍ଦିନରେ ଜୀବନ ବିତାଉଥିବା ବେଳେ ପ୍ରସାଶନ ସେମାନଙ୍କ ନିକଟରେ ପହଂଚୁନଥିବା ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା ସ୍ଥାନୀୟ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ ଆଣିଛନ୍ତି। ରବିବାର ଦିନ ଶ୍ରୀମିଶ୍ର କଂଗ୍ରେସ କର୍ମୀମାନଙ୍କ ସହ କେତେକ ଗାଁକୁ ଯାଇ ଦେଖିବାକୁ ପାଇଥିଲେ ଯେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ରିଲିଫ୍ ମିଳିପାରିନାହିଁ । ସେହୀ ପରିବାର ଲୋକଙ୍କୁ କଂଗ୍ରେସ କର୍ମୀମାନେ ଚୁଡା ଓ ବିସ୍କୁଟ ବଂଟନ କରିଛନ୍ତି।
ଡେଲାଙ୍ଗ ବ୍ଲକର ଡେଲାଙ୍ଗ କୋଠବାଡ, ମୁନିନ୍ଦା ଓ ସୁଜନପୁର ପଂଚାୟତର ଅମୃତପୁର, ସାନ ଆଙ୍କୁଲା, ଶଙ୍ଖପାଟ, ବାଲିଉପର, ଡିହ ଉପର, ଡାକପଡା ଆଦି ଗାଁରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅନେକଙ୍କୁ ରିଲିଫ୍ ମିଳୁନଥିବାରୁ ସେମାନେ ଦୟନୀୟ ଜୀବନ ଯାପନ କରୁଛନ୍ତି ବୋଲି ଶ୍ରୀମିଶ୍ର ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । କଂଗ୍ରେସ ପକ୍ଷରୁ ପ୍ରାୟ 400 ପ୍ୟାକେଟ୍ ଚୁଡା ଓ ବିସ୍କୁଟ୍ ପ୍ୟାକେଟ୍ ବନ୍ଯା ବିପନ୍ନ ପରିବାରକୁ ବଣ୍ଟା ଯାଇଥିଲା । ପାଣି ଘେରରେ ଥିବା ଲୋକମାନଙ୍କୁ ରିଲିଫ୍ ଦେବାରେ କାହିଁକି ପାତର ଅନ୍ତର କରାଯାଉଛି ବୋଲି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରିଲିଫ୍ ବଣ୍ଟନରେ ମହିଳା କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ଶେଖ୍ ବାବୁ,ଟିକନ ବିଶ୍ୱାଳ, ଜୟମନ୍ଯୁ ସାମନ୍ତରାୟ, ପପୁ ବଳବନ୍ତରାୟ, ଲଷ୍ମୀଧର ପ୍ରଧାନ, ରଂଜିତ ମହାପାତ୍ର, ମହମ୍ମଦ ଆରିଫ୍, ରମେଶ ବେହେରା ପ୍ରମୁଖ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ । ବନ୍ୟା ସମୟରେ ଶ୍ରୀମିଶ୍ର ପିପିଲି ଡେଲାଙ୍ଗର ବିଭିନ୍ନ ଅଂଚଳ ବୁଲି ଦେଖିବା ସହ ଭାରତୀପୁର ଓ କଂଟି କାଜରେ ଜଳ ନିୟନ୍ତ୍ରଣ, ବିଭିନ୍ନ ସ୍ଥାନରେ ଘଳିଆ ବନ୍ଦ ଆଦି କରାଯିବା ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

Nalco
Leave A Reply