ବାରିପଦା : କେନ୍ଦୁଝର ଠାରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ, ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ମାଡମାରିବା ଓ ହତ୍ୟା ଧମକ ଦେଇଥିବା ଦୃର୍ବତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ମୟୂରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଡିଜିପିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକଜରୁରୀ ବୈଠକ ଅନୁଷ୍ଠିତ ହୋଇ ଏତାଦୃଶ୍ୟ କାର୍ଯ୍ୟକୁ ନିନ୍ଦା କରାଯିବା ସହ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଷୁଡି ପଡିଥିବା ମତପ୍ରକାଶ ପାଇଥିଲା ।
ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ, ପୂର୍ବତନମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଜ୍ୟୋତିପ୍ରକାଶ ରଥ, ଅଶୋକ ଅଧିକାରୀ, ଅରବିନ୍ଦ ଦାସ, ଶାନ୍ତନୁ ପାଲ, ପ୍ରଦୀପ ମିଶ୍ର, ପ୍ରଦୀପ ଦାସ, ମୀନକେତନ ବେହେରା, ତୁଷାର ବେହେରା, ସଞ୍ଜୟ ସେଠୀ, ହିତେନ୍ଦ୍ରଲାଲ ସାହୁ, ଜୀବନ ବାରିକ, ତରୁଣ ଗିରି, ଜିଲ୍ଲା ମହିଳା ସଭାନେତ୍ରୀ ସସ୍ମିତା ଘୋଷାଲ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ସୁନନ୍ଦା ସାହୁ ଓ ଭିକି ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
