Odisha news

ବିିଭିନ୍ନ ଦାବି ନେଇ ଭଦ୍ରକ କଂଗ୍ରେସ ଜାତୀୟ ରାଜପଥ ଅବରୋଧ ୩ଦିନ ମଧ୍ୟରେ କୋଭିଡ୍‍ ହସ୍ପିଟାଲରେ ଭେଣ୍ଟିଲେଟର ଲାଗିବକେୁ ପ୍ରତିଶ୍ରୁତି

0

ଭଦ୍ରକ,୨୨ା୦୯ :ଗତ ବନ୍ୟାରେ ଜିଲ୍ଲାର ୭ଟି ବ୍ଲକ ଓ ୪ଟି ପୌରାଞ୍ଚଳରେ ବ୍ୟାପକ କ୍ଷତି ଘଟିଛି । ବନ୍ୟା ଦ୍ୱାରା ହଜାର ହଜାର ହେକଫର ଜମିର ଫସଲ ନଷ୍ଟ ହୋଇଛି । ଜିଲ୍ଲା ପ୍ରଶାସନ ଫସଲହାନୀର ସଠିକ୍‍ ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା ସହ ବନ୍ୟା ଯୋଗୁ ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କୁ ଘରଭଙ୍ଗା ସହାୟତା ଯୋଗାଇ ଦେବାରେ ପୂର୍ଣ୍ଣ ବିଫଳ ହୋଇଛି । ଭଦ୍ରକରେ ସବୁଠାରୁ ବଡ ହତ୍ୟାକାରୀ ସାଜିଥିବା ଜାତୀୟ ରାଜପଥର ଆଖୁଆପଦା ଠାରୁ ରାଣିତାଲ ମଧ୍ୟରେ ଦୁର୍ଘଟଣା ଯୋଗୁ ଗତ ସାଢେ ୩ ବର୍ଷରେ ୪୬୮ ଜଣ ମୃତ୍ୟìବରଣ କରିଛନ୍ତି । ଭଦ୍ରକ ଜିଲ୍ଲା ପରିସୀମା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ସୀମା ମଧ୍ୟରେ ବହୁ ସ୍ଥାନରେ ବର୍ଷବର୍ଷ ଧରି ସମ୍ପ୍ରସାରଣ କାଯର୍‍ୟ ଚାଲିଛି । ମାତ୍ର ଜାତୀୟ ରାଜପଥ ପ୍ରାଧିକରଣ ନିୟମାବଳୀ ଅନୁଯାୟୀ ରାସ୍ତା ନିର୍ମାଣ ବା ସମ୍ପ୍ରସାରଣ କାଯର୍‍ୟ କରାଯାଉ ନାହିଁ ।

ରାଜପଥର କାଯର୍‍ୟ ହେଉଥିବା ସ୍ଥାନମାନଙ୍କରେ ଯାନବାହନ ଓ ଯାତ୍ରୀଙ୍କର ସୁରକ୍ଷା ପାଇଁ ଆବଶ୍ୟକୀୟ ସୂଚନା ଫଳକ, ଡାଇଭର୍ସନ ସ୍ଥାନରେ ରେଡିଅମ ଷ୍ଟିକର ଇତ୍ୟାଦି ଲଗା ଯାଇନାହିଁ । ଆଖୁଆପଦା ଠାରୁ ରାଣିତାଲ ଯାଏ କୋððଣସି ଜାଗାରେ ଗାଇଡଲାଇନକୁ ପାଳନ କରାଯାଇ ନାହିଁ । ତୁରନ୍ତ ଏ ସବୁକୁ କାର୍ଯ୍ୟାକାରୀ କରିବା । ସଂଗୀତା ମୋଟର୍ସର କର୍ମଚାରୀଙ୍କ ମୃତୁ୍ୟକୁ ଦୀର୍ଘଦିନ ବିତି ଯାଇଥିଲେ ବି ଭଦ୍ରକ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ପାରିନି । ମୃତୁ୍ୟ ପାଇଁ ଦାୟୀ ଶୋ’ରୁମ୍‍ର ମାଲିକ ଚନ୍ଦନ ଶାହାକୁ ଗିରଫ କରିବା ।

ଜିଲ୍ଲାରେ ଚାଲିଥିବା ନିଶାକାରବାର, ଡ୍ରଗ୍‍ସ ବ୍ୟବସାୟକୁ ବନ୍ଦ କରିବା, ନିଶାକାରବାରର ମୁଖ୍ୟଲିଙ୍କଙ୍କୁ ଗିରଫ କରିବା । କେନ୍ଦ୍ର ସରକାରଙ୍କର ଚାଷୀ ମାରଣ ବିଲ ପ୍ରତ୍ୟାହାର କରିବା । କୋବିଡ଼-୧୯ ମହାମାରୀ ପରିଚାଳନାରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । କୋବିଡ ହସ୍‍ପିଟାଲରେ ଭେଣ୍ଟିଲେଟର ବ୍ୟବସ୍ଥା କରାଯିବା ଭଳି ଦାବୀ ନେଇ ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି ଏବଂ ଭଣ୍ଡାରିପୋଖରୀ କଂଗ୍ରେସ ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ଉଭୟ ନିର୍ବାଚନ ମଣ୍ଡଳୀ ପକ୍ଷରୁ ୧୬ ନଂ ଜାତୀୟ ରାଜପଥର ଭଦ୍ରକ ବସ୍‍ଷ୍ଟାଣ୍ଡ ନିକଟରେ ରାଜପଥ ଅବରୋଧ କରାଯାଇଥିଲା । ଭାରପ୍ରାପ୍ତ ଉପଜିଲ୍ଲାପାଳ ମନୋରମା ଭୁୟାଁ ଏବଂ ଭଦ୍ରକ ଏସ୍‍ଡିପିଓ ସାର୍ଥକ ରାୟ ଘଟଣା ସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ରାଜପଥ ଅବରୋଧ ଆନ୍ଦୋନ ପ୍ରତ୍ୟାହାର କରାଇବା ପରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଏ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।

୩ ଦିନ ମଧ୍ୟରେ କୋବିଡ଼ ହସ୍ପିିଟାଲରେ ଭେଣ୍ଟିଲେଟରକୁ କାର୍ଯ୍ୟକ୍ଷମ କରିବା, ବନ୍ୟା ଦୁର୍ଗତଙ୍କ କ୍ଷୟକ୍ଷତି ଆକଳନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି, ଖୁବ୍‍ ଶୀଘ୍ର ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଆଲୋଚନାରେ ଭାଗ ନେଇ ରାଜପଥ କର୍ତ୍ତୃପକ୍ଷ ନାଗେଶ୍ୱର ରାଓ ରାଜପଥ ସଂପ୍ରସାରଣ କାର୍ଯ୍ୟ ଗାଇଡ ଲାଇନ ଅନୁଯାୟୀ କରାଯିବା ସହିତ ଆବଶ୍ୟକ ସୂଚନା ଫଳକ ଲଗାଇ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସଂଗୀତା ମୋଟର୍ସକୁ ସିଲ କରାଯାଇଛି, ମାଲିକ ଚନ୍ଦନ ଶାହାର ଆକାଉଣ୍ଟକୁ ବନ୍ଦ କରାଯାଇଛି ଏବଂ ତାଙ୍କୁ ଗିରଫ କରାଯିବାକୁ ପୂର୍ଣ୍ଣ ଚେଷ୍ଟା ଜାରି ରହିଛି ।

ଖୁବ୍‍ ଶୀଘ୍ର ତାଙ୍କୁ ଗିରଫ କରାଯିବା ସହିତ ସହରର ନିଶା କାରବାର ବନ୍ଦ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଥିଲା । ଏହି ଆଲୋଚନାରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟମାଭକ୍ତ ମିଶ୍ର, ଭାରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଭୁୟାଁ, ଟାଉନ ଥାନା ଆଇଆଇସି ଚନ୍ଦନ ଘଡେଇ, ଡିଆଇବି ଇନିସ୍ପେକଫର କମଳଲୋଚନ ଭୁୟାଁଙ୍କ ସମେତ ଟାଉନ କଂଗ୍ରେସ ସଭାପତି ଅବ୍‍ଦୁଲ ମୁକିତ୍‍ ଖାଁ, ପୂର୍ବତନ କାଉନସିଲର ଦିଲିପ ନାୟକ, ସେକ୍‍ ସମ୍‍ଦାନୀ, ଅସରପ୍‍ ଅଲ୍ଲୀ, ରଜନୀକାନ୍ତ ଚନ୍ଦ, ନିରଞ୍ଜନ ମଲ୍ଲିକ, ଗୁଲାମ ମଇଉଦ୍ଦିନ, ବିଜୟଶଙ୍କର ମହାନ୍ତି, ଯୁବ କଂଗ୍ରେସ ସଭାପତି ପ୍ରଦୁ୍ୟମ୍ନ ଦାସ ପ୍ରମୁଖ ସାମିଲ ଥିଲେ ।

Nalco
Leave A Reply