ଆଉ ଏକ ଦୁର୍ନୀତିର ପର୍ଦାଫାସ , ମୋବାଇଲ କିଣାରେ ଦୁର୍ନୀତିର ଗନ୍ଧ : କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ
ଭୁବନେଶ୍ୱର,୦୬/୦୭: କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍ ଟେଷ୍ଠିଂ ମେସିନ, ନେବୁଲାଜର ଇତ୍ୟାଦି କିଣାରେ ଦୁର୍ନୀତି ଗୁଡ଼ିକ ପର୍ଦାଫାସ କଲାପରେ ଆଜି ଆଉଏକ ଦୁର୍ନୀତିର ଖୁଲାସା କରିଛି କଂଗ୍ରେସ । ଏହା ହେଉଛି ମୋବାଇଲ କିଣାରେ ଦୁର୍ନୀତି ।
ସ୍ୱାସ୍ଥ୍ୟ କ୍ଷେତ୍ରର ତୃ୍ଣମୁଳ ସ୍ତରରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କପାଇଁ, ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସୃ୍ଥ୍ୟ ମିଶନ ଦ୍ୱାରା ମୋବାଇଲ ଫୋନ୍ କିଣାଯିବା ପାଇଁ ,ଓଡିଶା ରାଜ୍ୟ ସ୍ୱାସୃ୍ଥ୍ୟ ମିଶନ ନିଦେ୍ର୍ଦଶାଳୟ କୁ ଅର୍ଥ ଯୋଗାଇ ଦିଆଯାଇଛି । ଏହି ଅର୍ଥ ଦ୍ୱାରା ୧୦୯୨୫ ଟି ସ୍ମାର୍ଟ ଫୋନ୍ କିଣାଯାଇ ଆଶାକର୍ମୀ ମାନଙ୍କୁ ହସ୍ତାନ୍ତର କରିବାର ଯୋଜନା ହୋଇଛି । ଏହି ପରିପେକ୍ଷିରେ ରାଜ୍ୟ ସରକାରଙ୍କ ଏହି ବିଭାଗ ବଜାରରେ ଉପଲବ୍ଧ ଥିବା ମୁଲ୍ୟଠାରୁ ଯଥେଷ୍ଟ ଅଧିକ ମୁଲ୍ୟରେ, ଓଡିଶା ବଜାରରୁ କ୍ରୟ ନକରି ହରିଆଣାର ଗୁଡୁଗାଓଁ , ଏକ ନିର୍ଦ୍ଦିଷ୍ଟ ଡିଲରଠାରୁ କିଣାଯିବାର ଚକ୍ରାନ୍ତହେଉଛି । ଦିର୍ଘ ୨୦୧୭ ମସିହା ଠାରୁ ଏହି ଡିଲର ଦ୍ୱାରା ରାଜ୍ୟ ସରକାର ବାରମ୍ବାର ଇଲେକ୍ଟ୍ରୋନିକ୍ ସାମଗ୍ରୀ କ୍ରୟ କରି ଆସୁଛି । ଏହା ବ୍ୟତିତ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଦ୍ୱାରା ସ୍ଥିର କରାଯାଇଥିବା ଗାଇଡ୍ଲାଇନ କୁ ଅଣଦେଖା କରାଯିବା ପରିଲକ୍ଷିତ ହେଉଛି ।
ରାଜ୍ୟ ସ୍ୱାସ୍ଥ୍ୟ ମିଶନ ର ନିଦେ୍ର୍ଦଶକଙ୍କ ଦ୍ୱାରା ସରକାରଙ୍କ ଇ-ମାର୍କେଟ୍ ପ୍ଲସ୍ ପୋଟାଲରେ, ୧୦୯୨୫ ସ୍ମାର୍ଟ ଫୋନ୍ କିଣାଯିବା ପାଇଁ ଟେଣ୍ଡର ଆବେଦନ କରାଯାଇଥିଲା । କେନ୍ଦ୍ରସରକାରଙ୍କ ଗାଇଡ୍ଲାଇନ୍ କୁ ବିଭ୍ରାଟ କରି ସାମସଙ୍ଗ କମ୍ପାନୀ କୁ ସୁହାଇଲା ଭଳି ବିସ୍ତୃତ ବିବରଣ କୁ ଉଲଙ୍ଘନ କରାଯାଇଛି । ଏହି ବିଭାଗର ବୈଷୟିକ ଅଧିକାରୀ ମାନେ ସେହି ନିଦ୍ଦିଷ୍ଟ ଡିଲର କୁ କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ଇଚ୍ଛୁକ, ଭଳି ପରିଦର୍ଶିତ ହେଉଛି । ସାମସଙ୍ଗ ଗାଲାକ୍ସିୃ ଏ୧୦ଏସ୍ ମଡେଲ ଅନ୍ଲାଇନ୍ ରେ ୮୯୦୦ ଟଙ୍କାରେ ଉପଲବ୍ଧ ଥିବା ବେଳେ ଏହାକୁ ୧୦୯୫୦ ଟଙ୍କା ସିଡୁ୍ୟଲ୍ ମୁଲ୍ୟ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଗାଇଡ୍ଲାଇନ୍ ଅନୁଯାୟୀ ୫” ରୁ ୫.୫” କୁ ୬.୨” ରେ ପରିବର୍ତନ କରାଯାଇଥିବା ବେଳେ, ୧୬ଜିବି ରମ୍ କୁ ୩୨ଜିବି ରମ୍ ରେ ଓ ୩୩୦୦ ଏମ୍ଏଚ୍ ବ୍ୟାଟେରୀକୁ ୪୦୦୦ଏମ୍ଏଚ୍ ବ୍ୟାଟେରୀକୁ ବଦଳା ଯାଇଛି. ଯାହାଦ୍ୱାରା ସାମସଙ୍ଗ ଗାଲାକ୍ସି ଏ୧୦ଏସ୍ ମଡେଲର ସମକକ୍ଷ । ଏଠାରେ ପ୍ରଶ୍ନ ଉଠୁଛି ତୃଣମୁଳ ସ୍ତରରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କୁ ଏତେ ଅଧିକ ବିବରଣ ଫୋନ୍ ଦେବାରେ ଯଥାର୍ଥ ଅଛି କି ?
ସାମସଙ୍ଗର ଓଡିଶା ରାଜ୍ୟସାରା କମ୍ପାନୀର ନେଟସ୍ୱାର୍କ ଓ ବିକ୍ରୟକେନ୍ଦ୍ର ଉପଲବ୍ଧ ଅଛି, ଆଉ ସାମସଙ୍ଗ ର ଏହି ମଡେଲଟି ମଧ୍ୟ ଓଡିଶା ବଜାରରେ ଉପଲବ୍ଧ ଅଛି । ଏହା ସତ୍ୱେ ଏହି ସାମଗ୍ରୀକୁ ହରିଆଣାର ଏକ ନିଦ୍ଦିଷ୍ଟ ଡିଲର ଦ୍ୱାରା ସପ୍ଲାଇ କରାଯିବା ସନେ୍ଦହ ଘେର ମଧ୍ୟରେ ରହିଛି । ବିଶେଷ ସୁତ୍ରରେ ପ୍ରାପ୍ତ ହୋଇଥିବା ଖବର ଅନୁଯାୟୀ , ଅନଲାଇନ୍ ବଜାରରେ ମିଳୁଥିବା ଦାମ୍ ଅପେକ୍ଷା ଏହାକୁ ଅଧିକ ଦରରେ କିଣିବାର ଯୋଜନା ହୋଇଛି । ଯେେତେବେଳେ ସରକାର ନିଜେ କମ୍ପାନୀ ମାନଙ୍କୁ ସିଧାସଳଖ ଟେଣ୍ଡର ଜରିଆରେ ସାମଗ୍ରୀ କ୍ରୟକରିବା ପାଇଁ ଆହ୍ୱାନ କରନ୍ତି, ସେତେବେଳେ ଏହାର ମୁଲ୍ୟ ବଜାର ମୁଲ୍ୟଠାରୁ ଯଥେଷ୍ଟ କମ୍ହୁଏ, କାରଣ ସରକାରଙ୍କ ଦ୍ୱାରା ଏକ ମୋଟା ସଂଖ୍ୟାନ ସାମଗ୍ରୀ ଅର୍ଡର ଦିଆଯାଇଥାଏ । ଯାହାକି କୋଟି କୋଟି ଟଙ୍କା ହୋଇଥାଏ ।
ଏହି ସାମଗ୍ରୀ ଗୁଡିକ ହରିଆଣାର ଡିଲରଠୁ କିଣା ଯିବା ହେତୁ ରାଜ୍ୟ ରାଜକୋଷକୁ ଆନୁମାନିକ ୪ କୋଟି ଟଙ୍କା କ୍ଷତି ହୋଇଛି । କଂଗ୍ରେସ ଏହା ଉପରେ ସରକାରଙ୍କ ପାଖରୁ ସ୍ପ୍ମୃିକରଣ ମାଗିବା ସହିତ ଏହାର ବିଧିବଦ୍ଧ ତଦନ୍ତକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରୁଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପଂଚାନନ କାନୁନଗୋ, ଜ୍ଞାନଦେବ ବେଉରା, ସୁଦର୍ଶନ ଦାସ ଓ ମନୋରଞ୍ଜନ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
