ଗୋପାଳପୁର କଂଗ୍ରେସ ର ରଙ୍ଗେଈଲୁଣ୍ଡା ବ୍ଲକ ଘେରାଉ!ରଙ୍ଗେଈଲୁଣ୍ଡା ରାଜନୀତି By Sakala Khabar Last updated Aug 18, 2023 0 Share ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ ଯୁବ ସଭାପତି w. ବାଳକ୍ରୀଷ୍ଣା ଙ୍କ ନେତୃତ୍ୱ ରେ ବିଭିନ୍ନ ଦାବୀ ନେଇ ଆଜି ଘେରାଉ କରାଯିବା ସହ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି!ଆଜି ସହ ସହ କଂଗ୍ରେସ କର୍ମୀ, ଯୁବ, ଛାତ୍ର, ମହିଳା ମାନେ ବ୍ଲକ ପରିସରରେ ରୁଣ୍ଡ ହୋଇ ବିଜେପି, ଏବଂ ବିଜେଡି ର ଜନମାରଣ ନୀତି ବିରୁଦ୍ଧରେ ସେମାନ ଙ୍କ ଅସନ୍ତୋଷ ଜାହିର କରିଥିଲେ!ବ୍ଲକ ରେ ପି ସି କାରବାର ବନ୍ଦ କରିବା, ନବୀନ ଓଡିଶା ଯୋଜନା ରେ ଆସୁଥିବା ପଚାଶ ଲଖ୍ୟ ଟଙ୍କା ପଞ୍ଚାୟତ କୁ ଦିଆଯାଉ, ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରିବା ଏମିତି ବିଭିନ୍ନ ଦାବୀ ଆଜିର ଏହି ଘେରାଉ ର ମୂଳ ଉଧେଶ୍ୟ ଥିଲା!ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ମହାନଗର ମହିଳା କଂଗ୍ରେସ ସଭାନେତ୍ରୀ ସୁବାସିନୀ ପଟନାୟକ, ଶର୍ମିଲା ଚର୍ଚ୍ଚି, ବବିତା ନାୟକ, ମହିଳା କଂଗ୍ରେସ ସାଧାରଣ ସମ୍ପାଦକ ଗୀତାଞ୍ଜଳି ସାହୁ, ଗଞ୍ଜାମ କଂଗ୍ରେସ ସାଧାରଣ ସମ୍ପାଦକ ଦଣ୍ଡପାଣି ପାତ୍ର,ଆଇନଜୀବୀ ଯୋଗୀ ବେହେରା, ରଂଜିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ! 0 Share