ସାଇଁକୁଳ ଠାରେ କଂଗ୍ରେସ୍ ପକ୍ଷରୁ ହାଥ୍ ସେ ହାଥ୍ ଯୋଡ ଓ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ଯ ମହିଳା କଂଗ୍ରେସ ସଭାନେତ୍ରୀ,,
ଆନନ୍ଦପୁର : ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଇଁକୁଳ ଠାରେ ବ୍ଲକ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ରଙ୍କ ଅଧ୍ୟକ୍ଷତାରେ ହାଥ୍ ସେ ହାଥ୍ ଯୋଡ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏଥିରେ ରାଜ୍ୟ କଂଗ୍ରେସ ମହିଳା ସଭାନେତ୍ରୀ ବନ୍ଦିତା ପରିଡା , ପିସିସି ସମ୍ପାଦକ ସଂଗ୍ରାମ ଦାସ,ଜିଲ୍ଲା ସଭାପତି ବିପ୍ଲବ ମିଶ୍ର, ପ୍ରାକ୍ତନ ଜିଲ୍ଲା ସଭାପତି ମୋହନ ପରିଡା,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ରାଜ,ଯୁବ କଂଗ୍ରେସ ସଭାପତି ସୁନେସ ଧୀର,ବରିଷ୍ଠ କଂଗ୍ରେସ ନେତା ଚର୍ତୁଭୁଜ ନାୟକ,ଦିଲ୍ଲିପ ଜେନା ପ୍ରମୁଖ ଯୋଗ ଦେଇ ରାହୁଲ ଗାନ୍ଧି ଙ୍କ ହାତସେ ହାତ ଯୋଡୋ କାର୍ଯ୍ଯକ୍ରମ ଦଳ ତଥା କର୍ମିଙ୍କୁ ସଂଗଠିତ କରିବାର ଏକ ନିଆରା ପ୍ରୟାସ ବୋଲି କହିଥିଲେ। ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଦେଶବ୍ଯାପି ଏହି ଅଭିଯାନ ଚାଲି ଥିବାବେଳେ ଏହି କାର୍ଯ୍ଯକ୍ରମକୁ ସଫଳ କରିବାକୁ କଂଗ୍ରେସ କର୍ମି ମାନଙ୍କୁ ମଞ୍ଚାସିନ ଅତିଥି ମାନେ ଆହ୍ବାନ ଦେଇଥିଲେ । ରାଜ୍ଯ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ରାଜ୍ଯ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୂଷୁଡି ପଡିଥିବା କହିଥିବା ବେଳେ ନିକଟରେ ସ୍ବାସ୍ଥ୍ଯମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବା ଲୋକରେ ଗୁଳି କରି ହତ୍ଯା କରାଯିବା ଏହାର ଜ୍ବଳନ୍ତ ଉଦାହରଣ ବୋଲି କହିଥିଲେ। ଦରଦାମ୍ ନିୟନ୍ତ୍ରଣ ରେ କେନ୍ଦ୍ର ଏବଂ ରାଜ୍ଯ ସରକାର ବିଫଳ ହୋଇଥିବା ବେଳେ ୨୦୨୪ରେ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ କ୍ଷମତା ଦଖଲ କରିବ ବୋଲି ମଞ୍ଚାସିନ ଅତିଥି ଦୃଢକ୍ତି ପ୍ରକାଶ କରିବା ସହ କର୍ମି ମାନେ ଲୋକଙ୍କ ନିକଟତର ହେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ତ୍ରୀଲୋଚନ ପରିଡା ସ୍ବାଗତ ଭାଷଣ ଦେବା ସହ ନିମନ୍ରୀତ ଅତିଥି ଏବଂ କର୍ମି ମାନଙ୍କ ଉଦ୍ଯେଶରେ ଧନ୍ଯବାଦ ପ୍ରଦାନ କରିଥିଲେ। ଇତି ଅବସରର ଅନୂଷ୍ଠିତ ବନ୍ଧୁ ମିଳନ କାର୍ଯ୍ଯକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ତଥା ଖାଳିଆମେଣ୍ଟା ପଞ୍ଚାୟତର ସରପଞ୍ଚ ବୃନ୍ଦାବନ ଜେନା,ଯୁବ ନେତା ସୁବ୍ରତ କୁମାର କୁଅଁର,କଳାକର ନାୟକ,ବିଜନ ମାଝୀ,ବଳରାମ ବେହେରା, ରିନେଞ୍ଜଳୀ ଖିଲାର,ନିରଂଜନ ଜେନା,ତାରିଣୀ ପ୍ରସାଦ ପଟ୍ଟନାୟକ,ଭୀମସେନ ମାଝୀ ନିଜର ବକ୍ତବ୍ଯ ରଖିବା ସହ କର୍ମି ମାନଙ୍କ ମଧ୍ଯରେ ଏକତା ବଜାୟ ରଖିବାକୁ କହିଥିଲେ।
