ଭୁବନେଶ୍ୱର, ୧୬ ଜୁନ୍ – ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ରଥ କିପରି ଶୃଙ୍ଖଳାର ସହିତ ଚାଲିବ ସରକାର ତାର ବ୍ୟବସ୍ଥା କରନ୍ତୁ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ, ଭାରତର ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ, ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ, ସେବାୟତ ଜନସାଧାରଣ ଆମେ ମଧ୍ୟ ଜଗନ୍ନାଥଙ୍କ ପାଇକ ସେବକ ନୟାଗଡ଼, ଦଶପଲ୍ଲା, ବେଗୁନିଆ ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗି, ପିପିଲି, ଡେଲାଙ୍ଗ, ଜଟଣୀ, ସାକ୍ଷୀଗୋପାଳ, ପୁରୀ, ନିମାପଡ଼ା ଜନସାଧାରଣଙ୍କ ମତ ରଥ ଟଣା ହେଉ ବୋଲି ।
କେବଳ ପୁରୀ ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟ, ମନ୍ଦିର ପରିଚାଳନା କମିଟି, ସେବାୟତ ଓ ପୋଲିସ କର୍ମଚାରୀଙ୍କ ଦ୍ୱାରା ରଥଟଣା କାର୍ଯ୍ୟକ୍ରମ କରିବେ । ବାହୁଡ଼ା ଯାତ୍ରା, ସୁନାବେଶ କରି ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ମନ୍ଦିର ପ୍ରବେଶ କରାଇବେ । ରଥଯାତ୍ରା ହେବକି ନାହିଁ ସୁପ୍ରିମକୋର୍ଟରେ ପେଣ୍ଡିଂ ଅଛି ।
କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ପାସ୍ ସିଷ୍ଟମ ବନ୍ଦ କରାଯାଉ । ଯେଉଁମାନଙ୍କର ରଥଯାତ୍ରାରେ ଡ୍ୟୁଟି ଥିବ ସେମାନଙ୍କୁ କେବଳ ପାସ୍ ଦିଆଯାଉ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟଙ୍କ ସମେତ ଶ୍ରୀ ସୁଦର୍ଶନ ଦାସ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ବୁନା ମହାନ୍ତି, ଜୟକୃଷ୍ଣ ମଲିଆ, ଆତ୍ମାରାମ ପତି ପ୍ରମୁଖ ଉପସ୍ଥିତ ଥିଲେ ।